ମୁକ୍ତିକାନ୍ତ ମଣ୍ଡଳ ଓ ମଞ୍ଜୁଲତା ମଣ୍ଡଳ ବିଜେପି ରେ ମିଶିବା ପରେ ଭଦ୍ରକରେ ମିଶ୍ରିତ ପ୍ରତିକ୍ରିୟା।

Spread the love

ଭଦ୍ରକ  ୫/୭/୨୬ (ସନ୍ଧାନ ନ୍ୟୁଜ )  ଭଦ୍ରକ ବିଜୁ ଜନତା ଦଳର ବରିଷ୍ଠ ନେତା ପୁର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଭଦ୍ରକ ର ପୁର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ବିଜେଡି ଛାଡ଼ି ବିଜେପି ରେ ଯୋଗ ଦେଲା ପରେ ଭଦ୍ରକ ଜିଲ୍ଲା ରେ ରାଜନୈତିକ ଚିତ୍ର ବଦଳିବାରେ ଲାଗିଛି। ଏହି ମିଶ୍ରଣ କୁ କଟୁ ସମାଲୋଚନା କରିଛନ୍ତି ବିରୋଧୀ। ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବ୍ୟୋମକେଶ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମ ପାଇଁ ଯେ ଅଲୋଡ଼ା ତାଙ୍କ ପାଇଁ ପଦେ ଅଧେ କହିବା ମୁଁ ଉଚିତ୍ ଭାବୁ ନାହିଁ। ତିହିଡ଼ି ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ନାୟକ ମତ ରେ ଅଳିଆ ସଫା ହେଲା ପରେ ମୋତେ ବହୁତ ଖୁସି ଲାଗୁଛି। ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ଦାସ ଓ ଜୀତୁ ରାଉତରାୟ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି, ଏକ କଳଙ୍କିତ ଅଧ୍ୟାୟ ର ପୂର୍ଣ୍ଣଚ୍ଛେଦ ପଡ଼ିଲା। ଭାରତୀୟ ଜନତା ପାର୍ଟିର  ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଭଦ୍ରକ ରୁ ବିଜୁ ଜନତା ଦଳ ସଫା ହୋଇ ଯିବ। ଧୀରେ ଧୀରେ ଆହୁରି ନେତା ବିଜେପି ରେ ଯୋଗ ଦେବେ ବୋଲି ଶ୍ରିଯୁକ୍ଟ ସାମଲ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁକ୍ ସନ୍ଧାନ।

Related Posts

About The Author

Add Comment