ମୁକୁଳା ଡ୍ରେନ ନେଲା  ଶିଶୁ ଜୀବନ

ରାଉରକେଲା, ୨୦/୨/୨୦ (ସନ୍ଧାନ ନିଉଜ) : ମୁକୁଳା ଡ୍ରେନ ପାଇଁ ଚାଲିଗଲା ନୀରିହ ଶିଶୁର ଜୀବନ । ଘଟଣାଟି ରାଉରକେଲା ସେକ୍ଟର 3 ଥାନା ଅଟୋ କଲୋନୀର । କଳାକାର ସାହୁଙ୍କ 3 ବର୍ଷର ପୁଅ ହିମାଂଶୁ ସାହୁ ସକାଳୁ ବହୁ ସମୟ ଧରି ନିଖୋଜ ଥିବାବେଳେ ଅପରାହ୍ନରେ ଏକ ଖୋଲା ଡ୍ରେନରୁ ତାର ମୃତଦେହକୁ ଉଦ୍ଧାର କରାଯାଇଛି । ଶିଶୁଟିକୁ ପ୍ରଥମେ ଆଇଜିଏଚକୁ ନିଆଯାଇଥିବାବେଳେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶିଶୁଟି ନିଜେ ଖସି ପଡିଥିଲା କି ମୃତ୍ୟୁ ପଛରେ ଅନ୍ୟ କିଛି ରହସ୍ୟ ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Related Posts

About The Author

Add Comment