ମୁଁ କେନ୍ଦ୍ରାପଡାର ରାସ୍ତା

Spread the love

ରାସ୍ତା ମୋର ଅତି ସୁନ୍ଦର
ଦେହତା ଯେମିତି କାଦୁଅରେ ସରସର
ରାସ୍ତା ମୋର ଅତି ସୁନ୍ଦର I

ରାସ୍ତା ମୋର ଅତି ସୁନ୍ଦର
କେଉଁଠି ପାହଡ କେଉଁଠି ନଈ
ସାରା ବାଟ ତାର ବନ୍ଧୁର
ରାସ୍ତା ମୋର ଅତି ସୁନ୍ଦର I

ରାସ୍ତା ମୋର ଅତି ସୁନ୍ଦର
ସଡ଼କ ଯୋଜନା କରେ ସରକାର
କହିବ କିଏସେ ସାହସ ଅଛି ଵା କାହାର
ରାସ୍ତା ମୋର ଅତି ସୁନ୍ଦର I

ରାସ୍ତା ମୋର ଅତି ସୁନ୍ଦର
ଏଠି ପିସି କାରବାର ସଵୁ ନାରଖାର
ଜନତା ଭୋଗନ୍ତି ହୁଂଦର
ରାସ୍ତା ମୋର ଅତି ସୁନ୍ଦର I

ରାସ୍ତା ମୋର ଅତି ସୁନ୍ଦର
ମୋ ମାଟିର ଜନତା ବହୁ ଚତୁର
ହେଲେ ବହୁ ପଛୁଆ ଏ ବିକାଶର
ରାସ୍ତା ମୋର ଅତି ସୁନ୍ଦର I

ରାସ୍ତା ମୋର ଅତି ସୁନ୍ଦର
ହେବ ବେଉଷଣ କଳ ଲଙ୍ଗଳର
ଏଠି ଫସଲ ଫଳିବ ଉର୍ବର
ରାସ୍ତା ମୋର ଅତି ସୁନ୍ଦର I

ରାସ୍ତା ମୋର ଅତି ସୁନ୍ଦର
ସତେକି ବହୁଛି ଜଳ ନଦୀର
ନାଆ ଭସେଈବ ନାଉରୀ ଭାଇ
ଆମ ନେତାଙ୍କୁ ମିଳୁନି ଜହର
ରାସ୍ତା ମୋର ଅତି ସୁନ୍ଦର
ରାସ୍ତା ମୋର ଅତି ସୁନ୍ଦର I

By laxman swain kendrapada

Related Posts

About The Author

Add Comment