ବସ୍ତା,୧୭.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ବସ୍ତା ବ୍ଳକ ପରିସରରେ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ମହିଳା ଓ ଶିଶୁ ସମନିତ ଯୋଜନା କାର୍ଯ୍ୟାଳୟର ମିଶନ ଶକ୍ତି କୋଡ଼ିନେଟର ବିଡିଓଙ୍କୁ ଦେଖା କରିବାକୁ ଆସିଥିବା ମହିଳା ସଦସ୍ୟମାନଙ୍କୁ ଦୁର୍ବବହାର କରିବା ପରେ ଉଦ୍ଧକ୍ତ ମହିଳା ବ୍ଲକ ପରିସରରେ ତାଙ୍କୁ ମାଡ ମାରିବା ଘଟଣା ସମଗ୍ର ଜିଲାରେ ଆଲୋଡନ ଖେଳାଇ ଦେଇଛି । ଦୁବ୍ୟବହାର କରିଥିବା ନେଇ ଏସଏଚଜି ମହିଳାମାନେ ଥାନାରେ ଅଭିଯୋଗ କରିଥିବାବେଳେ ଅପରପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି । ଏହି ବ୍ଲକ ଅନ୍ତର୍ଗତ କୁଡ଼ିଆ ପଞ୍ଚାୟତର ଏକ ଏସଏଚଜି ଗ୍ରୁପର ସଭ୍ୟମାନେ ବିଡିଓଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ବିଡିଓଙ୍କ ସହିତ କଥାବାର୍ତ୍ତା କରି ମହିଳାମାନେ ବାହାରକୁ ଆସିବା ପରେ ମିଶନ ଶକ୍ତି କୋଡ଼ିନେଟର ଗଜେନ୍ଦ୍ର ମଲ୍ଲିକ ସେମାନଙ୍କୁ ଅଳ ଭାଷାରେ ଗାଳିଗୁଲଜ କରିବା ସହିତ ଆଙ୍ଗୁଳି ଦେଖାଇ ଆକ୍ଷେପ କରିଥିଲେ। ଏହାକୁ ନେଇ ଗୁପର ସଦସ୍ୟା ସସ୍ମିତା ବିଶ୍ୱାଳ ପ୍ରତିବାଦ କରିବାରୁ ହଠାତ ଗଜେନ୍ଦ୍ର ଦୌଡି ଆସି ତାଙ୍କ ହାତକୁ ମୋଡି ଦେଇଥିବା ନେଇ ସସ୍ମିତା ଥାନାରେ ଲିଖୁତ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ମହିଳାମାନେ ଗଜେନ୍ଦ୍ରଙ୍କୁ ମାଡ ମାରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖୁ ବିଡିଓ କୁକୁମାନା ଦାସ ଥାନାକୁ ଖବର ଦେବା ପରେ ବସ୍ତା ପୁଲିସ ବୁକରେ ପହଞ୍ଚିବା ବେଳକୁ ପରିସ୍ଥିତି ଶାନ୍ତ ପଡିଯାଇଥିଲା । ତେବେ ଏହି ମାଡ ପଛରେ ଅନେକ କାରଣ ଶୁଣିବାକୁ ମିଳିଛି । ଆଇସିଡ଼ିଏସ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଏକ ନିଯୁକ୍ତିଭିତ୍ତିକ ସମସ୍ୟାକୁ ନେଇ ଏହିଭଳି ଘଟଣା ଘଟିଥିବା କୁହାଯାଉଛି । ଏହି ପଦ ପାଇଁ ଯୋଗ୍ୟ ଆବେଦନକାରୀକୁ ତକତା ପୂର୍ବକ ବାଦ ଦେଇ ଅନ୍ୟ ଜଣକୁ ନିଯୁକ୍ତି ଦେବା ମସୁଧାକୁ ନେଇ ଏସଏଚଜିର ମହିଳାମାନେ ଜିଲାପାଳ, ଡିଏସଡବୁ, ବିଡିଓଙ୍କୁ ପୂର୍ବରୁ ଜଣାଇଥିଲେ। ମାତ୍ର ଏହାର ସମାଧାନ ନ ହେବାରୁ ସଦସ୍ୟାମାନେ ଶୁକ୍ରବାର ବିଡ଼ିଓଙ୍କୁ ଭେଟିବାକୁ ଆସିଥିଲେ। ସେଠାରେ ଗଜେନ୍ଦ୍ର ମହିଳାମାନଙ୍କୁ ଦୁର୍ବବହାର କରିବା ପରେ ସେମାନେ ମାଡ ମାରିଥିବା ବ୍ଲକ ପରିସରରେ ଶୁଣିବାକୁ ମିଳିଥିଲା । ଏନେଇ ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏଭଳି ଘଟଣା ନିନ୍ଦନୀୟ । ସରକାରୀ କାର୍ଯ୍ୟାଳୟରେ ଆଇନ ହାତକୁ ନେବା ଅପରାଧ । ଏନେଇ ଥାନାରେ ଲିଖୁତ ଅଭିଯୋଗ କରାଯିବ । ଖବର ଲେଖା ପର୍ଯ୍ୟନ୍ତ ଆଇଆଇସି ଅଶୋକ କୁମାର ନାୟକଙ୍କୁ ପଚାରିବାରୁ ଥାନାରେ ଦୁଇଟି ମାମଲା ହୋଇଥିବା ସେ କହିଛନ୍ତି । ପୁଲିସ ଉଭୟ ଅଭିଯୋଗର ତଦନ୍ତ ଆରମ୍ଭ କରିଥିବା କୁହାଯାଇଛି ।
ମିଶନ ଶକ୍ତି ସଂଯୋଜକଙ୍କୁ ମାଡ଼
|
January 17, 2021 |
