ମିଳୁନି ଚିନାବାଦାମ ବିହନ ଚଢ଼ାଦରରେ କିଣୁଛନ୍ତି ଚାଷୀ

Spread the love

ଯାଜପୁର, ୧୨/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ରବି ଫସଲ କହିଲେ ଚିନାବାଦାମ ଚାଷକୁ ବୁଝାଏ । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ବିହନ ଯୋଗାଇ ଦେବାଲାଗି ନିୟମ ଥିଲେ ମଧ୍ୟ ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକ୍ରେ ହଜାର ହଜାର ହେକ୍ଟର ଜମିରେ ଚିନାବାଦାମ ଲଗାଇବାପାଇଁ ଚାଷୀମାନେ ବିଲ ପ୍ରସ୍ଥୁତ କରିଥିବା ବେଳେ, ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଚି । ଯାହାକି ସରକାରଙ୍କ ନିୟମ ଅନୁଯାୟୀ ଚାଷୀମାନଙ୍କୁ ସମବାୟ ସମିତିରୁ ବିହନ ଯୋଗାଇ ଦେବାଲାଗିରେ ନିୟମକୁ ଉଲ୍ଲଘନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଚାଷୀମାନେ ବିହନ କୁଇଣ୍ଟାଲ ପିଛା ୧ ହଜାର ଟଙ୍କା ଦେଇ ବାଦାମ ଲଗାଇବାପାଇଁ ବିହନ ପ୍ରସ୍ଥୁତ କରୁଥିବା ବେଳେ, ଏହି ଖରିବ ଚାଷୀ ୩ ହଜାରରୁ ୪ ହଜାର ଟଙ୍କାରେ ବିହନ ବାଦାମ ବିକ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି । ଯାହାକୁ ଲଘୁଚାପ ବର୍ଷା ହେବା କାରଣରୁ ବିଲରେ ଲଗାଯାଇଥିବା ବିହନ ଗୁଡ଼ିକ ପଚିଯିବାର ବହୁ ସମ୍ବାବନା ରହିଚି । ଲଘୁଚାପ ବର୍ଷା ଦାଉ ସାଧିଥିବା ବେଳେ, କୃଷିବିଭାଗ ଦାଉ ସାଧୁଥିବା ଦେଖିବାକୁ ମିଳିଚି । ଏନେଇ ବିଭିନ୍ନ ବ୍ଲକରେ କୃଷିଅଧିକାରୀଙ୍କ ସହିତ ଚାଷୀମାନଙ୍କୁ ବିହନ ଯୋଗାଇ ଦେବା ପାଇଁ ବ୍ଲକ୍ ତରଫରୁ ଏହା ଅଣଦେଖା କରାଯାଇଚି । ଏସଂପର୍କରେ କୃଷି ଅଧିକାରଙଙ୍କୁ ଆମ ପ୍ରତିନିଧି ପଚାରିବାରୁ ସରକାରଙ୍କ ଆମକୁ ବିହନ ଯୋଗାଇ ଦେଲେ ଆମେ ଚାଷୀମାନଙ୍କୁ ଦେବୁ ବୋଲି ସଫେଇ ଦେଉଛନ୍ତି । ତୁରନ୍ତ ଚାଷିମାନଙ୍କୁ ବିହନ ଯୋଗାଇ ଦେବାଲାଗି ଚାଷୀମାନଙ୍କ ପକ୍ଷରୁ ଦାବୀ କରାଯାଉଚି ।

Related Posts

About The Author

Add Comment