ଜେନାପୁର,୧୭/୦୩(ସନ୍ଧାନ ନ୍ୟୁଜ୍) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧିନ ଜେନାପୁର ମା’ହିଙ୍ଗୁଳା ଦେବୀଙ୍କ ପୀଠରେ ୨୩ତମ ବିଶ୍ୱଶାନ୍ତି ମହାଯଜ୍ଞୋତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି ଉତ୍ସବ ୧୨ ରୁ ଆରମ୍ଭ ହୋଇ ଛଅ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ମହାମାୟୀ ହିଙ୍ଗୁଳା କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଆବାହକତ୍ୱରେ ପରିଚାଳନା କରାଯାଇଥିଲା । ଉତ୍ସବରେ ବ୍ରାହ୍ମଣୀ ନଦୀରୁ ସୁଜ୍ଞାନୀ ପଣ୍ତିତଙ୍କ ଦ୍ୱାରା କର୍ତ୍ତାମାନେ କଳସ ଶୋଭାଯାତ୍ରାରେ ଆସି ଯଜ୍ଞପୀଠରେ ଗୁରୁବାର ଦିନ ଅଙ୍କୁରାରୋପଣ କରିଥିଲେ। ଶୁକ୍ରବାର ଘଟଉତଳନ,କଳସାଧିବାସ,ଶୁଭାଧିବାସ,ଘଟସ୍ଥାପନ,ସୂର୍ଯ୍ୟପୂଜା, ଗୋ-ପୂଜା ଓ ଯଜ୍ଞ ଆରମ୍ଭ ହୋଇଥିଲା । ରବିବାର ଅଗ୍ନି ସ୍ଥାପନ ସୂର୍ଯ୍ୟପୂଜା, ଗୋ ପୂଜା ଗୀତା ଯଜ୍ଞ, ଚଣ୍ଡୀପାଠ, ଯଜ୍ଞ କର୍ମ ସମ୍ପନ୍ନ ହୋଇଥିଲା। ସେହିପରି ପ୍ରତ୍ୟେକ ଦିନ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ ହେବା ସହିତ ମଙ୍ଗଳବାର ରାତ୍ର ୦୯.୪୫ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ ହୋଇଛି। ବିଶିଷ୍ଟ ପଣ୍ଡିତ ମୋହନ ଚରଣ ଶତପଥୀ,ରଘୁନାଥ ଶତପଥୀ,ପ୍ରିୟନାଥ ଶତପଥୀ ଓ ସହଯୋଗୀ ରଞ୍ଜନ କୁମାର ଶତପଥୀ,ଲମ୍ବୋଦର ଶତପଥୀ , ଦୈବପ୍ରସାଦ ଶତପଥୀଙ୍କ ଦ୍ବାରା ଯଜ୍ଞ କାର୍ଯ୍ୟ ସମ୍ପାଦନ କରାଯାଇଛି । ଏବଂ ରବିନ୍ଦ୍ର ରାଉତ କର୍ତ୍ତା ଓ ତିଳୋତ୍ତମା ରାଉତ କର୍ତ୍ତୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଯଜ୍ଞ ଉତ୍ସବରେ ସୁସଜ୍ଜିତ ଅଲୋକମାଳ ଯଜ୍ଞ କୁ ଖୁବ୍ ଆକର୍ଷଣୀୟ କରିଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ, ନାମ ସଂକୀର୍ତନ, ଭଜନ ସମାରୋହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକଙ୍କ ମନୋରଞ୍ଜନ ପାଇଁ ୩ ଦିନ ଧରି ଅପେରା ଯାଜ୍ଞସେନୀ ଦ୍ୱାରା ନାଟ୍ୟ ପରିବେଷଣ କରାଯାଇଥିଲା । ତା ସାଙ୍ଗକୁ ବିଭିନ୍ନ ଦୋଳି ଷ୍ଟଲ୍ ଗୁଡିକରେ ନାନାଦି ପ୍ରକାର ଜିନିଷ ସହିତ ଚଟପଟି ଖାଦ୍ୟ ଦର୍ଶକଙ୍କର ବହୁତ ଭିଡ ଜମିଥିଲା । ହିଙ୍ଗୁଳା ଯାତ୍ରାରେ ପରିବେଶ ସଫାସୁତରା ଓ ପଲିଥିନ୍ ମୁକ୍ତ ପାଇଁ ଉତ୍କଳମଣି ସେବା ସଙ୍ଗଠନ ପକ୍ଷରୁ ବୁଲିବୁଲି ସଚେତନତା କରିବା ସହ ସ୍ୱଚ୍ଛତା ବଜାଇ ରଖିଥିଲେ ।ଜେନାପୁର ପୋଲିସ୍ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ୍ ଫୋର୍ସ୍ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହି ଉତ୍ସବରେ ପଞ୍ଚାୟତ ମହାମାୟୀ ହିଙ୍ଗୁଳା କମିଟିର ସଭାପତି ଅଶୋକ କୁମାର ସାହୁ,ଉପସଭାପତି ପ୍ରମୋଦ କୁମାର ମଲ୍ଲିକ୍,ସମ୍ପାଦକ ନବକିଶୋର ସାହୁ,ସହସମ୍ପାଦକ ପ୍ରଭାକର ଭୂୟାଁ, କୋଷାଧ୍ଯକ୍ଷ ରାମଚନ୍ଦ୍ର ମହାନ୍ତି ,ଉପଦେଷ୍ଟା ମଣ୍ତଳୀ,କାର୍ଯ୍ୟକାରିଣୀ କମିଟିର ସମସ୍ତ ସଭ୍ୟ,ସ୍ୱେଚ୍ଛାସେବୀବୃନ୍ଦ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ପୁଣ୍ୟ ସହଯୋଗ କରାଯାଇଥିଲା। ଯଜ୍ଞ ଉତ୍ସବରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।
ମା’ ହିଙ୍ଗୁଳା ଦେବୀଙ୍କ ବିଶ୍ୱଶାନ୍ତି ମହାଯଜ୍ଞୋତ୍ସବ ଉଦଯାପିତ
|
March 17, 2026 |



