ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ

Spread the love
  •  
  •  
  •  
  •  
  •  

ସମ୍ବଲପୁର, 20.01.2021(ସନ୍ଧାନ ନିଉଜ୍):-  ଏବେ ଫୋକସରେ ପଶ୍ଚିମ ଓଡିଶା । ମାସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ । ମଙ୍ଗଳବାର ସମ୍ବଲପୁର ଗସ୍ତରେ ଯାଇ ଅଧିଷ୍ଠାତ୍ରୀ ଦେବୀ ମାସମଲେଶ୍ବରୀଙ୍କ ମନ୍ଦିର ବୁଲି ଦେଖିଛନ୍ତି 5-T ସଚିବ ଭି.କେ. ପାଣ୍ଡିଆନ । ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ଉନ୍ନତିକରଣ କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି ସଚିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ମାସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ଘୋଷଣା କରିଥିଲେ । ପ୍ରଥମେ ଜମାଦାରପାଲି ଏୟାରଷ୍ଟ୍ରିପକୁ ହେଲିକେପ୍ଟର ଯୋଗେ ଆସିଥିଲେ 5-T ସଚିବ । ଏଠାରୁ ମାସମଲେଶ୍ବରୀ ମନ୍ଦିରରେ ପହଞ୍ଚି ବୁଲି ଦେଖିଥିଲେ । 5-T ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ ।

 

Related Posts

About The Author

Add Comment