ଯାଜପୁର ସଦର, ୨୩ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ସାହାପଡ଼ା ଠାରେ ସାହାପଡ଼ା ଶ୍ୟାମାକାଳି କ୍ରିକେଟ କ୍ଲବ ତରଫରୁ ତା ୨୧/୦୧/୨୦୨୩ ରିଖ ଠାରୁ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ତା ୨୩/୦୧/୨୦୨୩ ରିଖରେ ଏହାର ଉଦ୍ଜାପନୀ ଉତ୍ସବ ପାଳିତ ହୋଇଯାଇଚି । ଏହି ଉଦ୍ଯାପନୀ ଫାଇନାଲ ମ୍ୟାଚ୍ ଘଉଉ ମେଣ୍ଢ ଏବଂ ସାନବାଲିକୁଦା କ୍ରିକେଟ ଏକାଦଶ ମଧ୍ୟର ଅନୁଷ୍ଟିତ ହୋଇଥିଲା । ଏହି ଫାଇନାଲ ମ୍ୟାଚରେ ଘଉଉ ମେଣ୍ଢ ଟସ ଜିତି ଫିଲଡିଂର ନିସ୍ପତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ ସାନବାଲିକୁଦା କ୍ରିକେଟ ଏକାଦଶ ତାର ସମସ୍ତ ୱିକେଟ ହରାଇ ୩୫ ରନ ସଂଗ୍ରହ କରିଥିବା ବେଳେ ଅପର ପକ୍ଷ ଘଉଉ ମେଣ୍ଢ ୯.୪ ଓଭରଖେଳି ୯ ୱକେଟ ହରାଇ ବିଜୟ ହାସଲ କରିଥିଲା । ଏହି ଫାଇନାଲ ମ୍ୟାଚରେ ଗୌତ୍ତମ ସାହୁ ଏବଂ କୈବଲ୍ୟ ସାହୁ ଅମ୍ପେୟାରର ଦାୟୀତ୍ୱ ଗ୍ରହଣ କରିଥିଲେ । ଏହି ଉଦ୍ଯାପନୀ ଉତ୍ସବରେ ବନ୍ଧଡିହ ପଂଚାୟତର ପୂର୍ବତନ ସରପଂଚ ବିଜୟ କୁମାର ଜେନା ସମ୍ମନୀୟ ଅତିଥି ଭାବେ ଯୋଗଦାନ କରି ବିଜୟୀ ଦଳକୁ ଟ୍ରଫୀ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ସାମ୍ବାଦିକ ରଂଜିତ କୁମାର ଦଳେଇ ରନରସ ଅଫ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ପ୍ରମୋଦ କୁମାର ସାହୁ ମ୍ୟାନ ଅଫ ଦି ମ୍ୟାଚ ମିହିର(ଘଉଉ ମେଣ୍ଢ)ଙ୍କୁ ଟ୍ରଫି ପ୍ରଦାନ କରିଥିବା ସହିତ ଅନ୍ୟତମ ସମ୍ମାନୀୟ ଅତିଥି ବନ୍ଧଡିହ ପଂଚାୟତ ସମିତି ସଭ୍ୟ ଅରକ୍ଷିତ ବେହେରା ମ୍ୟାନ ଅଫ ଦି ସିରଜ ଉତ୍ତମ(ସାନବାକୁଦା)ଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ସ୍କୋରରର ଯୁଗଳ ଦଳାଇ, ବିନାୟକ ସ୍ୱାଇଁ ଭାଷ୍ୟକାର ବିରେଶ କୁମାର ମାହାନ୍ତି, ଅଜିତ କୁମାର ବାରିକ, ନିରଞ୍ଜନ ଦଳାଇଙ୍କୁ ନେଇ ଏହି ଖେଳକୁ ହେମନ୍ତ, ସତିଷ, ଅଜିତ, ବିନାୟକ, ରାଜା, ମନୋଜ, ବିକ୍ରମ, ଆକାଶ, ସୁସିଲ, ପାପୁନା, ଯୁଗଳ ଏହି ଖେଳକୁ ପରିଚାଳନା କରିଥିଲେ । ଏହି ସଭାରେ ଅଜିତ କୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ମା ଶ୍ୟାମାକାଳୀ ପ୍ରମିୟମ ଲିଗ ୨୦୨୩ର ଉଦ୍ଦାପନୀ ଉତ୍ସବ
|
January 23, 2023 |



