ମା ଭଗବତୀ ମନ୍ଦିରର ରତ୍ନମୁଦ ଦଧିନଉତୀ ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର, ୦୮ା୦୭ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ଭଗବତୀପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କର ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ମାଙ୍କର ନୂତନ ମନ୍ଦିରର ନିର୍ମାଣ କରାଯାଇଥିବା ବିଶ୍ୱକର୍ମା ମାନଙ୍କ ମନ୍ଦିର ଦଧିନଉତି, ରତ୍ନମୁଦ ଉତ୍ସବ ବିଶ୍ୱକର୍ମାଙଖ ହାତରେ ସମ୍ପୁର୍ଣ୍ଣ କରାଯାଇଥିବା ବେଳେ, ମାଙ୍କର ଭକ୍ତମାନେ ପଠାଇଥିବା ଧାନ, ରୁପା, ସୁନା, ଏବଂ ଅଷ୍ଟଧାତୁ ମନ୍ଦିରର ଗର୍ଭଗୃହରେ ଦିଆଯାଇ ମନ୍ଦିରର ଦଧିନଉତି ରତ୍ନମୁଦ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଭଗବତୀପୁର ଗ୍ରାମବାସୀଙ୍କ ତତ୍ୱାବଧାନରେ ଅନୁଷ୍ଟିତ ହୋଇଥିବା ବେଳେ, ମା ଭଗବତୀଙ୍କ ପିଠସ୍ଥଳିରେ ପଣ୍ଡତି ରବିନ୍ଦ୍ର କୁମାର ପାଢ଼ୀଙ୍କ ତତ୍ୱାବଧାନରେ ପଣ୍ଡତ ମାନଙ୍କୁ ନେଇ କଳସ ସ୍ଥାପନ, ସୂର୍ଯ୍ୟପୂଜା, ଘଟସ୍ଥାପନ, ଯଜ୍ଞ ମଣ୍ଡପ ପରିଶରରେ ମଧ୍ୟରେ ବିଭିନ୍ନ ଦେବା ଦେବୀଙ୍କ ମଣ୍ଡଳ କରାଯାଇ ମନ୍ଦିରର ପୂଜକ ଦିବ୍ୟରଂଜନ ଦିକ୍ଷିତ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳୀ ଦିକ୍ଷିତ କର୍ତ୍ତାଭାବେ ଯଜ୍ଞ ମଣ୍ଡପ ପରିଶରରେ ବଟୁ ଧାରଣ କରି ଯଜ୍ଞ କାର୍ଯ୍ୟରେ ଯୋଗଦେଇଥିଲେ । ଭଗବତୀ ମନ୍ଦିରର ମୁଖ୍ୟ ପୂଜକ ବୃନ୍ଦାବନ ଦିକ୍ଷିତ ମାଙ୍କୁ ଶୋଡ଼ଷ ଏବଂ ପଂଚ ଉପଚାରରେ ପୂଜା କରାଯାଇଥିଲା । ମାନଙ୍କୁ ନୂତନ ଶାଢ଼ୀ ପରିଧାନ କରାଯାଇ ବିଭିନ୍ନ ଅଳଙ୍କାରରେ ମା ଭଗବତୀଙ୍କୁ ପିନ୍ଧାଯାଇ ପଦ୍ମପୁଷ୍ପରେ ମାଙ୍କୁ ମଣ୍ଡିତ କରାଯାଇଥିଲା । ବିଲ୍ୟୋପତ୍ରରେ ମାଙ୍କୁ ବେଶ କରାଯାଇ ମାଙ୍କର ବଡ଼ ସିଂହାର ବେଶ ଅନୁଷ୍ଟିତ କରାଯାଇଥିଲା । ଏହି ରତ୍ନମୁଦ ଉତ୍ସବରେ ମା ଭଗବତୀ ପୂଜା କମିଟିର ସଦସ୍ୟ ମାନଙ୍କୁ ନେଇ ମାଙ୍କର ଦଧିନଉତୀ ରତ୍ନମୁଦ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ପଣ୍ଡିତ ରବିନ୍ଦ୍ର ପାଢ଼ୀଙ୍କ ତତ୍ୱାବଧାନରେ ବେଦଧ୍ୱନୀରେ ମନ୍ଦିର ପରିଶରରେ ପ୍ରକମ୍ପିତ ହୋଇ ଉଠିଥିଲା । ମା ଭଗବତୀଙ୍କୁ ଦର୍ଶନ କରିବା ପାଇଁ ପାଖ ଆଖ ଗ୍ରାମର ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ହୁଳ ହୁଳୀ ଶବ୍ଦରେ ମାଙ୍କର ପିଠ ପ୍ରକମ୍ପିତ ହୋଇ ଉଠିଥିଲା । ମା ଭଗବୀ ପୂଜା କମିଟି ପକ୍ଷରୁ ମହାପ୍ରଶାଦ ସେବନର ବନ୍ଦୋବସ୍ତ କରାଯାଇଥିଲା ।

Related Posts

About The Author

Add Comment