ମା’ ବିରଜାଙ୍କ ଦୁର୍ଗାପୂଜା ଓ ରଥଯାତ୍ରା–୨୦୨୬ ର ସବିଶେଷ ସାରଣୀ

Spread the love

ଯାଜପୁର, : ୩୦/୯/୨୬ (ସନ୍ଧାନ ନ୍ୟୁଜ)  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦୁର୍ଗାପୂଜା ଓ ରଥଯାତ୍ରା–୨୦୨୬ ଅବସରରେ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ସାରଣୀ ପ୍ରକାଶ କରାଯାଇଛି। ଭକ୍ତ ଓ ସାଧାରଣ ଜନତାଙ୍କ ଅବଗତି ନିମନ୍ତେ ଏହି ପୂଜା ସାରଣୀର ବ୍ୟାପକ ପ୍ରଚାର-ପ୍ରସାର କରାଯିବ।  ମା’ ବିରଜା ମନ୍ଦିର ପକ୍ଷରୁ ପ୍ରକାଶିତ ଦୁର୍ଗାପୂଜା ଓ ରଥଯାତ୍ରା–୨୦୨୬ର ସମ୍ପୂର୍ଣ୍ଣ ସାରଣୀକୁ  ଆସୁଥିବା ଭକ୍ତବୃନ୍ଦ ତଥା  ଜନସାଧାରଣ ପୂଜାର ବିଭିନ୍ନ କାର୍ଯ୍ୟକ୍ରମ ଓ ସମୟସୂଚୀ ସମ୍ପର୍କରେ ଅବଗତ ହୋଇପାରିବେ। ମା’ ବିରଜାଙ୍କ ପବିତ୍ର ଦୁର୍ଗାପୂଜା ଓ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁଚାରୁ ଭାବେ ପାଳନ କରିବା ସହିତ ଭକ୍ତମାନଙ୍କୁ ଆବଶ୍ୟକ ସୂଚନା ସମୟୋପଯୋଗୀ ଭାବେ ପହଞ୍ଚାଇବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ବୋଲି ମା ବିରଜା ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ, ଯାଜପୁର ଶ୍ରୀ ତାପସ ରଞ୍ଜନ ଦେହୁରୀ ସୂଚନା ପ୍ରଦାନ କରିଛନ୍ତି।

Related Posts

About The Author

Add Comment