ଧର୍ମଶାଳା, ୧୦/୦୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ମା କୁସୁମାବତୀ ଟ୍ରଷ୍ଟ ପକ୍ଷରୁ ନେଉଳପୁର ର କଦଳା ଗ୍ରାମ ଏବଂ ହରିଦାସପୁର ପଂଚାୟତରେ ହରିଦାସପୁର, କୋଶଳିଆ, ଶ୍ରୀବନ୍ତପୁର, ଚକ୍ରଧର ଷୋଅଳ, ବ୍ରହ୍ମପୁର ଶାସନ, ରେଲେୱ କଲୋନୀ ଆଦି ଅଂଚଳରେ ବାସ କରୁଥିବା ସମସ୍ତ ଗରିବ, ଆଦିବାସି, ଦଳିତ ଏବଂ ଦିନମଜୁରିଆ ବର୍ଗର ଲୋକଙ୍କୁ ରାସନ ସମାଗ୍ରୀ ବଂଟନ କରିଛନ୍ତି । ଏଥିରେ ଅତିଥି ଭାବରେ ଧର୍ମଶାଳାର ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସହିତ ଘର ଘର ବୁଲି ଲୋକଙ୍କ ସଚେତନ କରିବା ସହିତ କରୋନାରୁ ସମ୍ପୁଣ୍ଣ ମୁକ୍ତି ପାଇବା ପାଇଁ ସମସ୍ତଙ୍କୁ ଘରେ ରହିବା ଏକାନ୍ତ ଆବଶ୍ୟକ ବୋଲି ବୁଝାଇବା ସହିତ ସାବୁନରେ ହାତ ଧୋଇବା, ମୁହଁ, ପାଟି, ନାକରୁ ନ ଛୁଇଁବା, ଜର୍ୱ କାଶ ଥଣ୍ଡା ହେଲେ ଡାକ୍ତରଙ୍କ ସହିତ ଯୋଗଯୋଗ କରିବା ମତଦେବା ସହିତ ସଚତନତା ସୃଷ୍ଟି କରିଥିଲେ । ଟ୍ରଷ୍ଟ ପକ୍ଷରୁ ମନୋରଂଚଦ ସାହୁ, ପୂର୍ବତନ ସରପଂଚ ବିକ୍ରମ ବିଶ୍ୱାଳ, ସୁବାଶ ରାଉତ, ମାନସ କୁମାର ରାଉତ, ଚନ୍ଦନ ଦାସ, ଅନିଲ ଦାସ, ଗଣେଶ୍ୱର ଦାସ, ଦିପକ ଦାସ, ତୁଶାରକାନ୍ତ ଦାସ, ଅଂଶିଧର ଦାସ, ସିଲ ସାହୁ, କିର୍ତିଜିତ ଶତପଥୀ, ତିଲୋଚନ ବେହେରା, ରୋନିତ ସ୍ୱାଇଁ, ଖିରୋଦ ଦାସ, ଅମୀୟ ନାୟକ, ପବିତ୍ର ସାହୁ, ସତ୍ୟସୁନ୍ଦର ସାହୁ ସମସ୍ତ ନୀତି ନିୟମ ପାଳନ କରିବା ଏବଂ ଘରୁ ନବାହାରିବା ପାଇଁ ପରାମର୍ଶ ଦେବା ସହିତଦେଇଥିଲେ । ଏହି ଅବସରରେ ଅତିରିକ୍ତ ତହସିଲଦାରଙ୍କୁ ଗ୍ରାମର ବହୁ ଲୋକ ନିଜର ବିଭିନ୍ନ ଅସୁବିଧା ସମ୍ପର୍କରେ ଦୃଷ୍ଟି ଅକାର୍ଷଣ କରିଥିଲେ । ଏହି କ୍ଷେତ୍ରରେ ସରାକାରୀ ସୁବିଧା ସୁଯୋଗ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀମତୀ ଅଗ୍ରୱାଲ ଗ୍ରାମବାସୀଙ୍କ ପ୍ରତିଶୃତି ଦେଇଥିଲେ ।
ମା କସୁମାବତୀ ଟ୍ରଷ୍ଟ ପକ୍ଷରୁ ଗରିବଙ୍କୁ ରାସନ ସାମଗ୍ରୀ ବଂଟନ
|
April 10, 2020 |