ମାୟାବାହାଲ (ଦେହେରି ପଡା )ଠାରେ ଜଣେ ବ୍ୟକ୍ତି ଙ୍କୁ ଦଉଳି ରେ ହାଣି ହତ୍ୟା, ତଲସରା ଥାନା ରେ ଲିଖିତ ଅଭିଯୋଗ

Spread the love

ସୁନ୍ଦରଗଡ଼ ତା:୨୭-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ଗତ ଶୁକ୍ରବାର ଦିନ ରାତି ୭ଟା ସମୟ ରେ ମାୟାବାହାଲ (ଦେହେରି ପଡା )ଗ୍ରାମ ଠାରେ ଜଣେ ବ୍ୟକ୍ତି ଙ୍କୁ ଦଉଳି ରେ ମାରାନ୍ତକ ଆକ୍ରମଣ କରି ହତ୍ୟା କରାଯାଇଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଗତ କାଲି ତା:୨୬-୦୬-୨୦୨୬ରିଖ ଶୁକ୍ରବାର ଦିନ ରାତି ୭ଟା ସମୟ ରେ କନ୍ଦର୍ପ ଦେହେରି (୫୪)ପିତା-ଚନ୍ଦ୍ରଭାନୁ ଦେହେରି ତାଙ୍କ ସ୍ତ୍ରୀ ଶ୍ରୀମତି ବିନତି ଦେହେରି ଙ୍କ ସହିତ ଘରେ ପାରିବାରିକ ଝଗଡା ହୋଇଥିଲା l ଝଗଡା ର ଭୟ ରେ ବିନତି ଦେହେରି ପାଖରେ ଥିବା ପଡୋଶୀ କୁମାରୀ ନାଏକ ଘରେ ଲୁଚିବାକୁ ଯାଇଥିଲେ l କିଛି ସମୟ ପରେ କନ୍ଦର୍ପ ଦେହେରି ତାଙ୍କ ସ୍ତ୍ରୀ ବିନତି ଦେହେରି ଙ୍କୁ ଖୋଜିବାକୁ ଆସିଥିଲେ l ବିନତି ଦେହେରି କୁଆଡେ ଗଲା ବୋଲି କୁମାରୀ ନାଏକ ଙ୍କୁ ପଚାରିଲା ବେଳେ କୁମାରୀ ନାଏକ ମୁଁ ଜାଣି ନି ବୋଲି କହିବାରୁ କନ୍ଦର୍ପ ଦେହେରି କୁମାରୀ ନାଏକ ଙ୍କ ଉପରେ ରାଗିଯାଇ ଏକ ବାଡ଼ି ରେ କୁମାରୀ ନାଏକ ଙ୍କୁ ପିଟିଲେ l ନିଜର ଭଉଣୀ କୁ ପିଟୁଥିବା ଦେଖି କୁମାରୀ ନାଏକ ଙ୍କ ବଡ ଭାଇ ହେମନ୍ତ ନାଏକ (୨୬)ପିତା-ସ୍ୱର୍ଗତ ଲାଳମଣି ନାଏକ ଆସି କାହିଁକି ମୋର ଭଉଣୀ କୁ ଏମିତି ମାରୁଛୁ ବୋଲି କହିବାରୁ କନ୍ଦର୍ପ ଦେହେରି ହେମନ୍ତ ନାଏକ ଙ୍କ ସଙ୍ଗେ ମଧ୍ୟ ଝଗଡା କରି ପରେ ଘରକୁ ଫେରିଲା l କିଛି ସମୟ ପରେ ହେମନ୍ତ ନାଏକ ଘର ପାଖରେ ଥିବା ଏକ ପୋଲ ପାଖରେ ବସି ମୋବାଇଲ ରେ କଥା ହେଉଥିବା ବେଳେ କନ୍ଦର୍ପ ଦେହେରି ଏକ ଦଉଳି ଧରି ଆସି ହେମନ୍ତ ଉପରେ ହଠାତ ମାରାନ୍ତକ ଆକ୍ରମଣ କରି ହେମନ୍ତ ନାଏକ କୁ ସେଇଠି ହତ୍ୟା କରିଦେଇଥିବା ଖବର ମିଳିଛି l ଏହା ଦେଖି କୁମାରୀ ନାଏକ ପାଟି କରି ଗାଁ ର ସମସ୍ତ ଙ୍କୁ ଡାକିଲେ l ଗାଁ ର ଲୋକ ଆସିବା ଆଗରୁ କନ୍ଦର୍ପ ଦେହେରି ହେମନ୍ତ ନାଏକ ଙ୍କୁ ହତ୍ୟା କରି ଦୌଡ଼ି ପଳାଇଗଲା l ଗାଁ ଲୋକେ ଉକ୍ତ ସ୍ଥାନ କୁ ପହଞ୍ଚିଲା ବେଳକୁ ହେମନ୍ତ ନାଏକ ଙ୍କ ପ୍ରାଣ ବାୟୁ ଛାଡି ଚାଲି ଯାଇଥିବା ଦେଖି ତଲସରା ଥାନା କୁ ଖବର ଦେଇଥିଲେ l ଖବର ପାଇ ତଲସରା ପୋଲିସ ଉକ୍ତ ସ୍ଥାନ କୁ ସଦଳବଳ ସହିତ ପହଞ୍ଚି ଶବ ଜବତ କରି, ଶବ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ l ହତ୍ୟା କାରି କନ୍ଦର୍ପ ଦେହେରି କୁ ପୋଲିସ ଚାରିଆଡେ ଜେରା ଲଗାଇ କାବୁ କରି ଧରିବାରେ ସକ୍ଷମ ହୋଇଥିବା ସୂଚନା ରହିଛି l ଅଭିଯୁକ୍ତଙ୍କୁ ପିଏସ୍ କେସ୍ ନଂ-୧୯୧  ଧାରା ୧୦୩(୧) /୭୪/୧୧୫(୨) ବିଏନ୍ଏସ୍ ରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Related Posts

About The Author

Add Comment