ମାସିକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ।

Spread the love

ଯାଜପୁର, ୧୨/୦୬/୨୦ (ସନ୍ଧାନ ନିଉଜ) : କୈାଣସି ସରକାରୀ ଉସôକୁ ପାଂଙ୍କା ଚ୍ଥଡା ନ ଯାଉ । କାରଣ ଏହି ଆର୍ଥିକ ଉସô ଯଦି ସରକାରୀ ହିସାବକୁ ନ ଆସେ ତେବେ ତାହା ବେଆଇନ ଭାବେ ଚୋରୀ ହେବାର ସମ୍ଭାବନା ରହିଚ୍ଥି ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସତର୍କ କରାଇ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ ଗୃହରେ ଜିଲ୍ଳ୍ା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ଗତ ବର୍ଷର ରାଜସ୍ୱ ଆଦାୟକୁ କରୋନା ପ୍ରଭାବିତ କରିଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏହାକୁ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ କୋଭିଡ ମୁକାବିଲାରେ ଉନ୍ନତ ପ୍ରଦର୍ଶନ ପାଇଁ ଜିଲ୍ଳ୍ାପାଳ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବର୍ତ୍ତମାନ ଲୋକ ମାନଙ୍କ ଜୀବିକା ସହ ରାଜସ୍ୱ ଆଦାୟ, ବିଭିନ୍ନ ରାଜସ୍ୱ ମାମଲାର ସମାଧାନ, ଲୋକ ମାନଙ୍କର ଆବଶ୍ୟକତା ପୂରଣ, ବିଭିନ୍ନ ସାର୍ଟିପିଂକେଟ ପ୍ରଦାନକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ପରେ ବିବରଣୀ ଅନୁସାରେ ସମୀକ୍ଷା ବୈଠକ ଅନୁୁଷ୍ଠିତ ହୋଇଥିଲା । ୨୦୨୦-୨୧ ବର୍ଷ ପାଇଁ ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଆସି ନଥିବା ବେଳେ ଷ୍ଟାମ୍ପ ଡୁ୍ୟଟି, ରେଜିଷ୍ଟ୍ରେ୍ରସନ ପିଂ, ଅବକାରୀ ରାଜସ୍ୱ, ମୋଟର ଭେହିକିଲ ରାଜସ୍ୱ ଓ ଖଣି ରାଜସ୍ୱ ଭାବେ ଜିଲ୍ଳ୍ାରେ ମାର୍ଚ୍ଚ ଶେଷ ସୁଦ୍ଧା ୭୫୪୪.୩୯ ଲକ୍ଷ ଟଙ୍କା ଆଦାୟ ହୋଇଚ୍ଥି । ଗତବର୍ଷ ଏହି ସମୟରେ ତାହା ୮୯୯୬.୫୮ ଲକ୍ଷ ଟଙ୍କା ରହିଥିଲା । ଜମି ରାଜସ୍ୱରେ ୪୧୩.୪୧ ଲକ୍ଷ, ଜଳ ରାଜସ୍ୱରେ ୦.୧୫ ଲକ୍ଷ ଏହିଭଳି ମୋଟ ୪୧୩.୫୭ ଲକ୍ଷ ଟଂଙ୍କା ଆଦାୟ ହୋଇଚ୍ଥି । ବିଭିନ୍ନ ପ୍ରକାର କେଶ ୬୭୮ ଗୋଟି ମଧ୍ୟରୁ ୭୦ ଟିର ପଂଏସଲା ହୋଇଚ୍ଥି । ୨୦୪ ଗୋଟି ଲଘୁ ଖଣିଜ ଉସô ମଧ୍ୟରୁ ୮୩ ଟି ସେଟେଲଡ୍ ହୋଇଥିବା ବେଳେ ଅବଶିଷ୍ଟ ୧୨୧ ଟିର ତ୍ୱରାନ୍ୱିତ କରାଯାଇଚ୍ଥି । ସେହିପରି ଆର.ଓ.ଆର. ସଂଶୋଧନ, ବେ ବନେ୍ଦାବସ୍ତ କେଶ୍, କେଶ ରେକର୍ଡ ଡିଜିଟାଇଜେସନ, ସରକାରୀ ସ୍ଥାନରେ ଧାର୍ମିକ ସ୍ଥଳର ସ୍ଥିତି, ଭୂ ଦାନ, ଜଙ୍ଗଲ ଅଧିକାର ଆଇନ, ବସୁନ୍ଧରା, ବିଭିନ୍ନ କ୍ଷେତ୍ରରେ ପ୍ରଦାନ କରାଯାଇଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯଦିଓ କରୋନା ପାଇଁ ସମସ୍ତେ ବ୍ୟସ୍ତ ରହିଥିଲେ କିନ୍ତୁ ବର୍ତ୍ତମାନ କରୋନା ମୁକାବିଲା ସହ ଅନ୍ୟାନ୍ୟ କାର୍ଯ୍ୟକୁ ଆଗେଇବାକୁ ପଡିବ ବୋଲି ଜିଲ୍ଳ୍ାପାଳ ସ୍ପଷ୍ଟ ଭାବେ ନିଦେ୍ର୍ଦଶ ଦେଇଚ୍ଥନ୍ତି । ତେଣୁ ରାଜସ୍ୱ ଆଦାୟ ଓ ମାମଲାର ତ୍ୱରିତ ସମାଧାନ ପାଇଁ ଯନôବାନ ହେବାକୁ ଅତିରିକ୍ତ ଜିଲ୍ଳ୍ାପାଳ ଅକ୍ଷୟ କୁମାର ମଲ୍ଲିକ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ରାଜସ୍ୱ ବିଭାଗର ଉପବିଭାଗ ଅଧିକାରୀ ଶଶୀ ଭୂଷଣ ମିଶ୍ର ଓ ବରିୁଷ୍ଠ ରାଜସ୍ୱ ସହାୟକ କମଳାକାନ୍ତ ଜେନା ବୈଠକରେ ସହାୟତା କରିଥିଲେ ।

Related Posts

About The Author

Add Comment