ମାଷ୍ଟରମାଇଣ୍ଡ ହିମାଂଶୁ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି

Spread the love
  •  
  •  
  •  
  •  
  •  

ବାରିପଦା,16.01.2021 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-  କିଡନୀ କେଳେଙ୍କାରୀର ଗୁମର ଖୋଲିବ ନୟାପଲ୍ଲୀ ଥାନା ପୋଲିସ ।  ମାଷ୍ଟରମାଇଣ୍ଡ ହିମାଂଶୁ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଏସଡିଜେଏମ କୋର୍ଟ । କିଡନୀ ରାକେଟର ମୁଖ୍ୟ ହିମାଂଶୁ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ରିମାଣ୍ଡ ଅବଧି ସମୟରେ ହିମାଂଶୁ କାହାକୁ କାହାକୁ କିଡନୀ ଦେବାକୁ କହି ଠକେଇ କରିଛି ତାର ଖୋଳତାଡ କରିବ । ଏହା ସହିତ ଏହି କିଡନୀ ରାକେଟରେ ଆଉ କିଏ କିଏ ସଂପୃକ୍ତ ସେ ସମ୍ପର୍କରେ ମଧ୍ୟ ପଚରା ଉଚୁରା କରିବ ନୟାପଲ୍ଲୀ ଥାନା ପୋଲିସ । ମଞ୍ଚେଶ୍ବର ଥାନାରେ ହିମାଂଶୁଙ୍କ ବିରୋଧରେ ଆହୁରି ୧୮ କୋଟିର ଅଭିଯୋଗ ହୋଇଛି । କିଡନୀ ଦେବାକୁ କହି ହିମାଂଶୁ ଠକେଇ କରୁଥିବା ଟଙ୍କା କଣ କଲା । ମନପୁରମ୍ ଗୋଲ୍ଡରେ କିଛି ସୁନା କିଣି ବନ୍ଧକ ରଖିବା ସହିତ ଦୁଇଟି ଦାମୀ କାର୍ କିଣିଛି ହିମାଂଶୁ । ସେଗୁଡିକ ଜବତ କରିବାକୁ ପ୍ରୟାସ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।

 

Related Posts

About The Author

Add Comment