ମାଲକାନଗିରି, ୨୬/୦୬ (ସନ୍ଧାନ ନିୟୁଜ) ମାଲକାନଗିରି ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ସୂଚନା ଦେଇଛନ୍ତି ଯେ, ଗତ ୧୧ ତାରିଖ ରାତ୍ରରେ ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ଗ୍ରାମର କୁଞ୍ଜାମିକୁ ମାଓବାଦୀମାାନେ ପୋଲିସ ସୂଚନାଦାତା ସନ୍ଦେହରେ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗୁଳି ତାଙ୍କ ବାମ ଜଙ୍ଘରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମାଲକାନଗିରି ଅଣାଯାଇଥିଲା । ବର୍ତମାନ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଏହି ଘଟଣାରେ ପଡ଼ିଆ ଥାନା ପୋଲିସ ତଦନ୍ତ ଚଳାଇ ଉକ୍ତ ଅଂଚଳରୁ ଜଣେ ମାଓବାଦୀକୁ ଗିରଫ କରିଛି । ତେବେ ତା ନାମ ଓ ଠିକଣା ଗୋପନ ରଖାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ମାଓବାଦୀଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ପ୍ରକାଶ ଥାଉକି ଗତ ୨୨ ତାରିଖରେ ସୁଧାକୋଣ୍ଡା ଗ୍ରାମର ଗଙ୍ଗା ମାଡ଼କାମୀକୁ ହତ୍ୟା ଘଟଣାରେ ସମ୍ପୃକ୍ତ ଦୁଇ ଜଣ ମାଓବାଦୀଙ୍କୁ କାଲିମେଳା ପୁଲିସ ଗିରଫ କରିଥିଲା