ମାନ୍ୟବର ଶକ୍ତି ମନ୍ତ୍ରୀ ବ୍ରହ୍ମବରଦା ଷ୍ଟକଚରକୁ ଉଦ୍ଘାଟନ କଲେ

Spread the love

ଯାଜପୁର ସଦର, ୦୮ା୦୬: ଯାଜପୁର ଜିଲ୍ଲାରେ ରସୁଲପୁର ବ୍ଲକ ବ୍ରହ୍ମବରଦା ଠାରେ କରାଯାଇଥିବା ୩୩/୧୧ କେଭି ଷ୍ଟକଚରକୁ ମାନ୍ୟବର ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରିଙ୍କୁ ପ୍ରଶାନ ପକ୍ଷରୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ଷ୍ଟକଚର ପରିଶରରେ ମାନ୍ୟବର ମନ୍ତ୍ରୀ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗଦେଇଥିବା ବେଳେ, ମାନ୍ୟବର ମନ୍ତ୍ରୀ ଉଦ୍ଘାଟନ ଅବସରରେ ଏହି ଷ୍ଟକଚର ଉପରେ ବିଭିନ୍ନ ପଂଚାୟତର ସମସ୍ୟାକୁ ଆଖିଆଗରେ ରଖି ବିଦ୍ୟୁତ ସେବା ସୁଚାର ରୁପେ ସେବା ପାଇଁ ହିତାଧିକାରୀ ମାନେ ଅସୁବିଧଅର ସମ୍ମୁଖିନ ହେଉଥିଲେ । ଲୋ ଭୋଲଟେଜ ସମସ୍ୟାକୁ ଆଖିଆଗରେ ରଖି ବ୍ରହ୍ମବରଦା ଷ୍ଟକଚରକୁ ଚାଲୁ କରାଯିବା ଲାଗି ହିତାଧିକାରୀ ମାନେ ଦିର୍ଘଦିନରୁ ବିଦ୍ୟୁତ ସେବାପାଇଁ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ । ଦାବିକୁ ପୁରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କାର୍ଯ୍ୟ କରାଯିବା ସହ ସେବା ପାଇବା ପାଇଁ ଲୋକମାନେ ଚାତକ ପରି ଚାହିଁ ରହିଥିଲେ । ଆଜି ପ୍ରଶାସନ ପକ୍ଷରୁ ଏହି ଷ୍ଟକଚରକୁ ମାନ୍ୟବର ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଉଦ୍ଘାଟନ କରିଥରଲେ । ଯାଜପୁର ପ୍ରଶାସନ ପକ୍ଷରୁ ସମସ୍ଥ ବନ୍ଦୋବସ୍ତ କରାଯାଇଥିଲା । ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ । ଜିଲ୍ଲା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ପାନୀୟ ଜଳର ବ୍ୟବସ୍ଥା ବିଦ୍ୟୁତ ବିଭାଗ ପକ୍ଷରୁ କରାଯାଇଥବା ବେଳେ, ମାନ୍ୟବର ମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ଉଚ୍ଚ ସମ୍ବର୍ଦ୍ଧିନା ଦିଆଯାଇଥିଲା ।

Related Posts

About The Author

Add Comment