କଟକ (ସନ୍ଧାନ ନିୟୁଜ୍/ପ୍ରକାଶ ରାଉତ) ଯାଜପୁର ଜିଲ୍ଲାର ଗବେଷକ ଓ ସମାଜସେବୀ ମାନସ କୁମାର ରାଉତଙ୍କ ଚଳିତବର୍ଷ ପ୍ରାଚୀ ସାହିତ୍ୟ ସମାଜ ଏବଂ ପତ୍ରିକା ପକ୍ଷରୁ ବିଶିଷ୍ଠ କଳା ସାହିତ୍ୟ ଓ ସମାଜସେବୀ ସମ୍ମାନ ୨୦୧୮ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କଟକସ୍ଥିତ ନୁଆବଜାର ନିକଟରେ ପ୍ରଚୀ ସମାଜର ବାର୍ଷିକ ଉସôବ ଏକ ବର୍ଣ୍ଣାଢ ପରିବେଷରେ ମୁଖ୍ୟ ଅତିଥି ଭାବେ କବି ଡକ୍ଟର ହୁସେନ ରବି ଗାନ୍ଧୀ, ମୁଖ୍ୟ ବକ୍ତା ଭାବେ ସାହିତି୍ୟକ ପ୍ରଫେସର ଡକ୍ଟର ନୃସିଂହ ଷଢଙ୍ଗୀ ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଫେସର ଡକ୍ଟର ମନ୍ଦାକିନୀ ଦାଶ ଯୋଗଦେଇ ମାନପତ୍ର ଉପଢୈକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏଥିରେ ପ୍ରାଚୀର ସଭାପତି ଡକ୍ଟର ନିରଞ୍ଜନ ସାହୁ ସଭାପତିତ୍ୱ କରିଥିବା ବେଳେ ପ୍ରଚୀର ସମ୍ପାଦକ ଡକ୍ଟର ବିଭୁଦତ ଖଣ୍ଡାଇତରାୟ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଜୌତିପ୍ରକାଶ ପଲେଇ, ସୁମନ୍ତ କୁମାର ବେହେରା, ଅଞ୍ଜନ କୁମାର ବେହେରା ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା ।