ମାନବିକତାର ପରିଚୟ ଦେଲେ ଯୁବଗୋଷ୍ଠି

ମାଲକାନଗିରି, ୧୯/୨/୨୦ (ସନ୍ଧାନ ନିଉଜ) : ଜଣେ ଟ୍ୟୁମର ଆକ୍ରାନ୍ତ ବୃଦ୍ଧାଙ୍କୁ ହସପିଟାଲରେ ଭର୍ତି କରି ଛାଡିପଳାଇଲେ ପରିବାର ଲୋକେ ତାଙ୍କ ଅପରେସନ ରେ ସହ ଯୋଗକରିବା ସହ ରକ୍ତଦାନ କରି ମାନବିକତା ର ପରିଚୟ ଦେଇଛନ୍ତି ଜୟ ମାଲକାନଗିରି ଗୃପର ଯୁବଗୋଷ୍ଠି । । ମାଲକାନଗିରି ଥାନାସ୍ଥ ପିଟାଗେଟା ଏମଭି୩ ଗ୍ରାମର ଲିଲା ବରାଇ ନାମୀ ଜଣେ ଟ୍ୟୁମର ଆକ୍ରାନ୍ତ ବୃଦ୍ଧା ଙ୍କୁ ତାଙ୍କପରିବାର ଲୋକେ ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଦେଇ ପଳାଇଥିଲେ । ସେହି ବୃଦ୍ଧା ଦୀର୍ଘ୨ମାସ ଧରି ହସପିଟାଲରେ ରହି ଚିକିତ୍ସିତ ହେବାପରେ ମଧ୍ୟ କେହି ପରିବାର ଲୋକେ ତାଙ୍କ ନିକଟକୁ ଆସିନଥିଲେ ।ବୃଦ୍ଧାଙ୍କ ତଳିପେଟରେ ଏକ ଟ୍ୟୁମର ହୋଇ ଯନ୍ତ୍ରଣା ହେଉଥିଲା, ତାଙ୍କ ନିକଟରେ କେହି ପରିବାର ଲୋକେ ନଥିବାରୁ ଡାକ୍ତର ମାନେ ଅପରେସନ କରିବାକୁ ରାଜି ହେଉନଥିବା ବେଳେ ପାଖରେ ଥିବା ଅନ୍ୟରୋଗୀଙ୍କ ସଂପର୍କିୟ ମାନେ ଜୟ ମାଲକାନଗିରି ଗୃପର ଯୁବଗୋଷ୍ଠିଙ୍କୁ ଫୋନ କରିଜଣାଇଥିଲେ । ଫୋନ ପାଇ ଜୟ ମାଲକାନଗିରି ଗୃପର ରଭି ରାଜେଶ,ଲକ୍ଷମ୍‌ିକାନ୍ତ ପୁଜାରୀ,ଟି.ମୁତ୍ୟାଲୁ ରାଓ,ସପନ କୁମାର ହୋତା,ଅଭିଶେକ ବାଘ,ବସନ୍ତ ନାୟକ,ସୁବ୍ରତ ମଲି, ପି.ଦିବାକର, ପି.ସାଗର ସଙ୍ଗେ ସଙ୍ଗେ ମାଲକାନଗିରି ହସପିଟାଲରେ ପହଁଚି ଡାକ୍ତର ଅନୁପମା ମହନା ଙ୍କୁ ଭେଟି ବୃଦ୍ଧାଙ୍କୁ ଅପରେସନ କରିବାପାଇଁ ଅନୁରୋଧ କରିଥିଲେ । ବୃଦ୍ଧାଙ୍କୁ ରକ୍ତ ଆବଶ୍ୟକତା ରହିଛି ଓ ତାଙ୍କ ପରିବାରଲୋକ ଉପସ୍ଥିତ ରହିବା ଦରକାର ବୋଲି ଡାକ୍ତର କହିବାରୁ ଏହି ଯୁବ ଗୋଷ୍ଠି ବୃଦ୍ଧାଙ୍କ ଘରକୁ ଯାଇ ବହୁତ ଅନୁରୋଧ କରି ତାଙ୍କ ଦିଅର ସଂପର୍କିୟ ରଣପତି ବରାଇ ଙ୍କୁ ହସପିଟାଲକୁ ଆଣିଥିଲେ । ବୃଦ୍ଧାଙ୍କୁ ଉପରେସନ କରିବା ସମୟରେ ରକ୍ତର ଆବଶ୍ୟକତା ହେବାରୁ ରକ୍ତଭଣ୍ଡାରରେ ବି ପଜେଟିଭ ରକ୍ତ ନ ଥିବାରୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ରକ୍ତଦେବା ସମ୍ଭବ ହୋଇନଥିଲା । ଅନ୍ୟ କେଉଁ ଆଡୁ ଯୋଗାଡ କରି ରକ୍ତଦେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ସେ ଜଣେ ଅତ୍ୟନ୍ତ ଗରିବ ବୃଦ୍ଧା ତାଙ୍କ ସ୍ୱାମୀ ଗତ କିଛି ବର୍ଷ ତଳେ ରୋଗରେ ପଡି ମୃତ୍ୟୁବରଣ କରିଛନ୍ତି । ତାଙ୍କର କେହି ସାହା ଭରାସ ନଥିବାରୁ ଏହା ଦେଖି ଜୟ ମାଲକାନଗିରି ଗୃପର ଯୁବ ଗୋଷ୍ଠିଙ୍କ ଅନୁରୋଧ କ୍ରମେ ଏମଭି ୩୫ଗ୍ରାମର ଶିବନାଥ ରାୟ ନାମକ ଜଣେ ଯୁବକ ସଙ୍ଗେ ସଙ୍ଗେ ଜିଲ୍ଲା ରକ୍ତଭଣ୍ଡାରକୁ ଯାଇ ରକ୍ତଦାନକରିଥିଲେ । ଜୟ ମାଲକାନଗିରି ଗୃପର ସାହାଯ୍ୟ ଓ ଶିବନାଥ ଙ୍କ ରକ୍ତଦାନ ପରେ ଡାକ୍ତର ମାନେ ବୃଦ୍ଧାଙ୍କର ସଫଳତାର ସହିତ ଟ୍ୟୁମର ଅପରେସନ କରି ଜୀବନ ବଚାଂଇ ଦେଇଥିବାରୁ ଗ୍ରାମବାସୀ ଏହି ଯୁବଗୋଷ୍ଠି ଓ ଡାକ୍ତରଙ୍କୁ ସାଧୁବାଦ ଜଣାଇଛନ୍ତି । ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନହେଲେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇପାରୁନଥିବା ବେଳେ ଜଣେ ଯୁବକ ରକ୍ତଦେଇ ବୃଦ୍ଧାଙ୍କ ଜୀବନ ବଚାଂଇ ମାନବିକତା ର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଧାହରଣ ପଲଟିଛନ୍ତି ।

Related Posts

About The Author

Add Comment