ମାଂଶ ପିଣ୍ଡୁଳା କାହାର; ଭୁବନେଶ୍ୱର ପେଟ୍ରୋଲ ଟାଙ୍କି ବ୍ଳାଷ୍ଟିଙ୍ଗ ଘଟଣା

Spread the love
ଭୁବନେଶ୍ୱର, ୦୮/୧୦/୨୦୨୦ (ସନ୍ଧାନ ନିଉଜ) ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ପ୍ରଚଣ୍ଡ ବିସ୍ଫୋରଣରେ ମାଂସ ପିଣ୍ଡୁଳା, ଖପୁରି, ହାତ ଆଙ୍ଗୁଠି ଭଳି ଅଙ୍ଗପ୍ରତ୍ୟଙ୍ଗ ଚାରିଆଡ଼େ ବିଛାଇ ହୋଇ ପଡ଼ିଛି। ଯେଉଁମାନଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେମାନଙ୍କ ଶରୀର ସୁରକ୍ଷିତ ରହିଛି। ଏପରିକି ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କର ଶରୀରର କୌଣସି ଅଙ୍ଗ ଛିଡି ନାହିଁ କିମ୍ବା ନଷ୍ଟ ହୋଇ ନାହିଁ। ତେଣୁ ଯେଉଁ ମାଂସ ପିଣ୍ଡୁ​ଳା, ଶରୀରର ଅଙ୍ଗପ୍ରତ୍ୟଙ୍ଗ ପଡ଼ିଛି ସେମାନଙ୍କର ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ତେବେ ସେମାନେ କିଏ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଅତି କମ୍‌ରେ ୫ ଜଣ ଶ୍ରମିକ ନିଖୋଜ ଥିବା କୁହାଯାଉଥିବା ବେଳେ ପେଟ୍ରୋଲ ପମ୍ପକୁ ଲାଗି କରି ଥିବା ଓମଫେଡ୍ ପାଖରେ ଦୈନିକ ବସାଉଠା କରୁଥିବା ଆଖପାଖ ଅଞ୍ଚଳର ଏକାଧିକ ପିଲାଙ୍କ ପତ୍ତା ମଧ୍ୟ ମିଳୁ ନାହିଁ। ତେଣୁ ଏହି ବିସ୍ଫୋରଣରେ ସେମାନଙ୍କର ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ମୃତ୍ୟୁ ସଂଖ୍ୟା କେତେ ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ି ନାହିଁ।

ଅପରପକ୍ଷରେ ଘଟଣାସ୍ଥଳରେ ଚୁଟି ଗୋଛା ପଡ଼ିଥିବା ବେଳେ ଜୋତା ଭିତରେ ମାଂସ ରହିଥିବା ଦେଖିବାକୁ ମିଳିଛି। ସେଠାରୁ ଶହେ, ଦୁଇ ଶହ ମିଟର ଦୂରରେ ଶରୀର ଅଙ୍ଗପ୍ରତ୍ୟଙ୍କ ପଡ଼ିଛି। ସେହିପରି ବିସ୍ଫୋରଣରେ ଯେଉଁ ବିରାଟ ଗାତ ସୃଷ୍ଟି ହୋଇଛି ତା’ ଭିତରେ କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ତେଲ ବାହାରିଲା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ। କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ଭାବେ ସନ୍ଦେହ କରାଯାଉଛି। କିନ୍ତୁ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହା କାଲି ସନ୍ଧ୍ୟା କିମ୍ବା ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ହେବ। ଏହି ଘଟଣାରେ କ୍ୟାପିଟାଲ ଥାନାରେ ଏକ ମାମଲାର ରୁଜୁ ହୋଇଛି।

Related Posts

About The Author

Add Comment