ପୁରୀ ୫/୧ (ସନ୍ଧାନ ନିୟୁଜ) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ଋଣ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ପୁରୀରେ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଛି.*
*ପୁରୀରେ ମିଶନ ଶକ୍ତି ପକ୍ଷରୁ ଏକ ବିଶାଳ ସମାବେଶ କରାଯାଇଥିଲା । ସମାବେଶରେ ପ୍ରାୟ ୫୦ ହଜାରରୁ ଉଦ୍ଧ୍ୱର୍ ମହିଳା ଯୋଗ ଦେଇଥିଲେ । ଏହି ଅବକାଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସଏଚଜିଗୁଡ଼ିକୁ ବିନା ସୁଧରେ ଋଣ ପ୍ରଦାନ ନେଇ ଘୋଷଣା କରିବା ସହ ତିନୋଟି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତି ମହିଳା ଏସଏଚଜିକୁ ୧୫ ହଜାର ଟଙ୍କାର ସିଡ ମନି ସହାୟତା, ପ୍ରତି ବ୍ଲକସ୍ତରୀୟ ମହାସଂଘ ନିମନ୍ତେ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଓ ଡିଜିଟାଲ ସଶକ୍ତିକରଣ ନିମନ୍ତେ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ରାଶିର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ କେତେକ ଏସଏଚଜି ଗୋଷ୍ଠୀକୁ ନବୀନ ସମ୍ବଦ୍ଧ୍ୱିର୍ତ କରିଥିଲେ। ଡିଜିଟାଲ ପେମେଂଟ ମାଧ୍ୟମରେ ସମସ୍ତ ଏସଏଚଜି ଗ୍ରୁପକୁ ମଧ୍ୟ ଅର୍ଥ ପ୍ରଦାନ କରାଯାଇଥିଲା।*



