ସୁନ୍ଦରଗଡ଼ ତା:୦୫-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ମହିଳା ଙ୍କୁ ଜଣେ ବ୍ୟକ୍ତି ବଳାତ୍କାର ଉଦ୍ୟମ କରିଥିବା ନେଇ ଆଜି ତଲସରା ଥାନା ରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ବନଡେଗା ଗ୍ରାମ ପଞ୍ଚାୟତ ର ମୁରକିଆ ଗ୍ରାମ ର ସଞ୍ଜନା ଭଇଁସାଲ ବୟସ ୨୩ବର୍ଷ ନିଜ ଘରେ ଶାଶୁ ଓ ସ୍ୱାମୀ ନଥିବା ସୁଯୋଗ ପାଇଁ ପଡୋଶୀ ନିବାସୀ ଦିନେଶ ଭୂଇଁୟର ଘର ଭିତରକୁ ପଶି ଆସି ସ୍ୱାମୀ ଓ ତୁମର ଘର ର ଅନ୍ୟ ସଦସ୍ୟ ସଦସ୍ୟା ମାନେ କୁଆଡେ ଗଲେ ବୋଲି ବାହାନା ରେ ଆସିଥିଲେ l ମହିଳା ଜଣକ କେହି ଘରେ ନାହାନ୍ତି, କାମ କରିବାକୁ ଯାଇଛନ୍ତି କହିବାରୁ ବ୍ୟକ୍ତି ଜଣକ ମହିଳା ଙ୍କୁ ବଳାତ୍କାର ଉଦ୍ୟମ କରିବା ପାଇଁ ମହିଳା ଙ୍କ ହାତ ତଥା ଦେହ କୁ ଧରା ଧରି କରିବା ଭିତରେ ମହିଳା ଜଣକ ଚିତ୍କାର କରି ଘରୁ ବାହାରକୁ ବାହାରିଯାଇଥିଲେ । ମହିଳା ଜଣଙ୍କର ଚିତ୍କାର ଶୁଣି ପଡୋଶୀ ମାନେ ଦୌଡ଼ି ଆସି ଦେଖିଲା ବେଳକୁ ବ୍ୟକ୍ତି ଜଣକ ବାଡ଼ି ପଟୁ ବାଡ଼ି ଡେଇଁ ପଳାଇ ଯାଇଥିଲା l ଏହି ଘଟଣା ଗତକାଲି ତା:୦୪-୦୨-୨୦୨୬ରିଖ ବୁଧବାର ଅପରାହ୍ନ ୩ଟା ସମୟ ରେ ହୋଇଥିବା ସୂଚନା ମିଳିଛି l ଏ ନେଇ ମହିଳା ଜଣକ ତଲସରା ଥାନା ରେ ଏତଲା ଦେଇଥିବା ଖବର ମିଳିଛି l ଅଭିଯୋଗ କୁ ଭିତ୍ତି କରି ତଲସରା ଥାନାଅଧିକାରୀ ଏହାର ଏକ କେଶ ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l
ମହିଳା ଙ୍କୁ ବଳାତ୍କାର ଉଦ୍ୟମ କୁ ନେଇ ଥାନା ରେ ଏତଲା
|
February 5, 2026 |



