ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର, ୨୦/୦୭ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଏରିଆ ର ରଣାଗୁଣ୍ଡି ଅଂଚଳରେ ଅଭାବନୀୟ ଘଟଣା । ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତା ମହିଳାଜଣଙ୍କ ହେଲେ ସୋପ୍ନା ମଣ୍ଡଳ। ସୋପ୍ନା ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀ ସୁକେଦେବ ସିଂ ଥାନାରେ ଅଟକ । ସୂଚନା ଅନୁଯାୟୀ ସୁକଦେବ ତାଙ୍କ ନିଜ ଗ୍ରାମର ରଣାଗୁଣ୍ଡିର କମ୍ଲେସ ମଣ୍ଡଳଙ୍କ ଝିଅ ସୋପ୍ନାଙ୍କୁ 2ବର୍ଷ ତଳେ ଭଲପାଇ ବିବାହ କରିଥିଲେ । ସୋପ୍ନାର ଗୋଟିଏ ଛୋଟ ଝିଅ ଥିବାବେଳେ ସ୍ୱାମୀ ସୂକଦେବ ବିଭିନ୍ନ ସମୟରେ ନିର୍ଯାତନା ଦେଉ ଥିଲେ ।ଏବଂ ସୋପ୍ନାକୁ ତାଙ୍କ ବାପଘର ସହିତ କୈାଣସି ସମ୍ପର୍କ ନରଖିବାକୁ ସୁକଦେବ କହିଥିଲେ। ଆଜି ମଧ୍ୟ ସକାଳେ ସୋପ୍ନା ସହିତ କଳିଝଗଡା ହୋଇଥିଲା। ସୋପ୍ନା ପିଡିଏସ ଚାଉଳ ଧରି ଘରକୁ ଆସିଲା ପରେ କିଛି ସମୟପରେ ସୁଣିବାକୁ ମିଳିଲା ସୋପ୍ନାର ମୃତ୍ୟୁ ଦେହ ଝୁଲୁଛି। ଏଥିପାଇଁ ସ୍ୱପ୍ନା ର ପରିବାର ଲୋକ ଶୁକଦେବ କୁ ଦାଈ କରିଛନ୍ତି ଉଭୟଙ୍କ ମଧ୍ୟରେ କଳିଝଗଡା ଲାଗି ରହୁଥିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଗତକାଲି ଉଭୟ ଦମ୍ପତିଙ୍କ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଳିଝଗଡା ହୋଇଥିବାବେଳେ ଆଜି ସକାଳୁ ପିଡିଏସ ଚାଉଳ ଘରକୁ ଆଣିବା ପରେ ମୃତ ଦେହ ଘରେ ପଡିଥିବା ଦେଖିବାକୁ ମିଳିଥିଲା । ସ୍ୱପ୍ନା ଆତ୍ମହତ୍ୟା କରିଛିବୋଲି ଦେଡଶୁର କହୁଥିବାବେଳେ ମୃତା ମହିଳାଙ୍କ ମା ଓ ଭାଇ ବାପାଘର ଲୋକେ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି । କଳିଙ୍ଗ ନଗର ପୋଲିସ ପାଖରେ ଅଭିଯୋଗ କରିଥିଲେ।ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି । ତେବେ ଏହା ହତ୍ୟା ବୋଲି ସ୍ପଷ୍ଟ ହେବ ବୋଲି ମୃତ୍ୟୁ ମହିଳାଙ୍କ ଭାଇ ପୋଲିସ୍ ପାଖରେ କହିଥିଲେ। ତେବେ ତଦନ୍ତ ପରେ ସତ୍ୟା ସତ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିଲା l
Related Posts
About The Author