ବାରିପଦା, ୧୫/୦୬ (ସନ୍ଧାନ ନିଉଜ) ବଡସାହି ଥାନା ଅଧିନସ୍ଥ ଭୀମଦା ପଞ୍ଚାୟତର ରତନପୁର ଗ୍ରାମରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃୁତ୍ୟ ଘଟିଛି । ରତନପୁର ଗ୍ରାମର ୰ ସମ୍ଭୁନାଏକଙ୍କ ସ୍ତୀ ସାଇବାଣି ନାଏକ (୫୨)ଙ୍କ ଅଚାନକ ମୃତ୍ୟୁ ଗ୍ରାମରେ ଆତଙ୍କିତ ପରିସ୍ଥିତି ସୃଷ୍ଟି କରିଛି । ସାଇବାଣିଙ୍କ ମୃତ୍ୟୁବେଳକୁ ପୁଅ ପାଖରେ ନାହିଁ, ଶବ ଉଠାଇବକୁ ଗ୍ରାମବାସୀ ବାହାରୁ ନାହାନ୍ତି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ମଜୁରିଆ ଭାବେ କାର୍ଯ୍ୟ କରିବା ପାଇଁ ସାଇବାଣି ନାଏକ ଯାଇଥିଲେ । ୨/୩ ଦିନ ହେବ ସେ ଘରକୁ ଫେରିଥିଲେ । ସାଇବାଣୀଙ୍କର ଏକମାତ୍ର ପୁଅ ସଞ୍ଜୟ ସିଂ ମଧ୍ୟ କଟକ କାମ କରିବା ପାଇଁ ଯାଇଛନ୍ତି । ମା’ଙ୍କର ମୃତ୍ୟୁ ଖବର ପାଇଥିଲେ ମଧ୍ୟ ଗାଡି ମଟର ନଥିବାରୁ ସେ ଘରକୁ ଫେରିପାରୁ ନାହାନ୍ତି । ମହିଳାଙ୍କ ପୁଅ ବ୍ୟତୀତ ପରିବାରରେ ଆଉ କେହି ନାହାନ୍ତି । ସାଇବାଣି ବାଲେଶ୍ୱର ଜିଲ୍ଲାରୁ ଫେରି ଅଚାନକ ମୃତ୍ୟୁ ବରଣ କରିଥିବାରୁ ଗ୍ରାମବାସୀଙ୍କ ମନରେ ୨ ପ୍ରକାର ସନ୍ଦେହ ଦେଖାଦେଇଥିଲା । କିଏ କହୁଛି ମହିଳାଙ୍କୁ ମର୍ଡର କରାଯାଇଛି ତ ଆଉ କିଏ କହୁଛି କରୋନା ପୀଡିତା ହେବାରୁ ତାଙ୍କ ମୃତ୍ୟୁ ଘଟିଛି । ପାଖରେ ପୁଅ ନଥିବାରୁ ଗ୍ରାମବାସୀ ଶବ ଶତ୍କାର କରାଇ ନଥିଲେ ଏପରିକି ଶବଟି ଦିନ ତମାମ ପଡିରହିଥିଲା । ଭୀମିଦା ସରପଞ୍ଚ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ମହିଳାର ମୃତ୍ୟୁ ଖବର ବୁଝି ମୁହଁ ଫେରାଇଦେଇ ପଳାଇଥିଲେ । ସମାଜସେବୀ ହେମନ୍ତ ମହାରଣା ମଧ୍ୟାହ୍ନରେ ପହଞ୍ôଚ ପୁଲିସର ଟୋଲ ଫ୍ରୀ ନମ୍ବରକୁ ଫୋନ କରିବା ପରେ ବଡସାହି ଥାନା ଅଧିନରେ ଥିବା ଭୀମଦା ଫାଣ୍ଡି କର୍ମଚାରୀଙ୍କ ସହଯୋଗରେ ବାରିପଦାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା