ମହିଳାଙ୍କ ଠାରୁ ସୁନା ଚେନ ଲୁଟ

Spread the love

ଯାଜପୁର,  ୨୦/୧୦ (ସନ୍ଧାନ ନିଉଜ) : ଯାଜପୁର ଗରିଆପୁର ପ୍ରାର୍ଥମିକ ସ୍କୁଲ ନିକଟରୁ ରବିବାର ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ ଲୁଟ କରିଥିବା ଅଭିଯୋଗ ହୋଇଛି। ଲୁଟ ଶିକାର ହୋଇଥିବା ମହିଳା ଜଣଙ୍କ ଯାଜପୁର ଥାନା ବାମଦେବପୁର ଅଞ୍ଚଳର ପୁଷ୍ପାରାଣୀ ସ୍ୱାଇଁ। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ବୃତ୍ତ ବାଇକରେ ଆସି ପଛ ପଟୁ ମହିଳାଙ୍କ ଠାରୁ ଚେନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment