ବାରିପଦା, ୧୨/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)- ଐତିହାସିକ ସହର ବାରିପଦାର ବୁଢାବଳଙ୍ଗ ନଦୀ କୂଳରେ ସ୍ବତନ୍ତ୍ର ମୟୂରଭଞ୍ଜ ରାଜଦରବାର ସମୟରେ ଥିବା ରାଣୀବାଗନ ଉଦ୍ୟାନରେ ସ୍ବତନ୍ତ୍ର ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ଶାସକ ତଥା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର କର୍ଣ୍ଣଧାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ତାଙ୍କ ଧର୍ମପତ୍ନୀ ମହାରାଣୀ ଲକ୍ଷ୍ମୀକୁମାରୀଙ୍କର ସମା ପୀଠ ସ୍ଥାପିତ ହୋଇଥୁଲା ଏବଂ ସେବେଠାରୁ ଏହି ସ୍ମତିପୀଠରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସମେତ ପର୍ଯ୍ୟଟକଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଆସୁଛି ସମୟକ୍ରମେ ରାଣୀବାଗର ବିଲୁପ୍ତ ପରେ ବର୍ତ୍ତମାନର ରାଣୀସତୀ ମନ୍ଦିର ନିକଟରେ ଏହି ଐତିହ୍ୟ ସଂପନ୍ନ ସ୍ମତିସ୍ତମ୍ଭ ଅବହେଳିତ ଅବସ୍ଥାରେ ରହିଛି । ଗତ ବର୍ଷକ ତଳେ ଆଜିର ଏହି ସେପ୍ଟେମ୍ବର ୧୯ ତାରିଖରେ ଏହି ସ୍ଥାନର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ତଥା ମହାରାଣୀ ଲକ୍ଷ୍ମୀକୁମାରୀଙ୍କ ସ୍ମତିସ୍ତମ୍ବକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ କେତେକଙ୍କ ଦାରା ଉଦ୍ୟମ ହୋଇଥିଲା । କିନ୍ତୁ ବାରିପଦା ସହରର ବୁଦ୍ଧିଜୀବୀମାନେ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନଭଞ୍ଜସେନାର ନେତୃତ୍ବରେ ଏହି ସ୍ଥାନାନ୍ତରିତ ଉଦ୍ୟମକୁ । ପ୍ରତିରୋଧ କରାଯାଇଥୁଲା ଏବଂ ଯାହାଫଳରେ ଅନ୍ୟତ୍ର । ସ୍ଥାନାନ୍ତରିତ ହେବାର ପ୍ରଚେଷ୍ଟା ବିଫଳ ହୋଇଥିଲା । ବର୍ଷକ ତଳର ସେହିଦିନରେ ହୋଇଥିବା ପ୍ରତିବାଦର ସ୍ମୃତିଚାରଣ କରାଯିବା ସହ ମୟୂରଭଞ୍ଜବାସୀଙ୍କ ପାଇଁ ଏହା ଦୁର୍ଭାଗ୍ୟଜନକ । ତଥା ଅତିବ ନିନ୍ଦନୀୟ ଥିବାରୁ ଏହି ଦିବସକୁ ଆଜି ଭଞ୍ଜସେନା । ପକ୍ଷରୁ କଳା ଦିବସ ପାଳନ କରାଯାଇଛି। ଏଣୁ ଆଜିର ଏହି ଦିନକୁ ମୟୂରଭଞ୍ଜବାସୀଙ୍କୁ ମନେ ପକାଇବା ସହିତ ପ୍ରଜାବତ୍ସଳ । ଶାସକ ମହାରାଜାଙ୍କ ସମ୍ମାନ ଓ ମୟୂରଭଞ୍ଜ ତଥା ଓଡିଶା ରାଜ୍ୟ ପ୍ରତି ଥିବା ଅବଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ଭଞ୍ଜସେନାର ସମସ୍ତ କର୍ମୀ ମହାରାଜାଙ୍କ ସମାଧୁ ପୀଠରେ ପୁଷାର୍ପଣ କରି ଭକ୍ତି ଅର୍ଘ୍ୟ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭଞ୍ଜସେନା ସଭାପତି ପିଣୁ ମାଇତିଙ୍କ ସମେତ ଜିଲା ସଂଯୋଜକ ରାକେଶ ବେହେରା, ଉପସଭାପତି ସନାତନ ସାହୁ, ସଂପାଦକ ରାକେଶ ମହାନ୍ତି, ଯୁବନେତା ମନୋଜ ପାତ୍ର, ମୁଖପାତ୍ର ଜ୍ୟୋତିରଂଜନ ପୃଷ୍ଟି, ସହର ଉପସଭାପତି ଏସକେ ରାଜା ଖାନ, ଛାତ୍ରନେତା ସଂଜୟ ମହାନ୍ତ, ପଙ୍କଜ କରନ, ସଂଜୟ ମାହାଣ୍ଡୀ, ସୌମ୍ୟରଂଜନ ସାହୁ, ରତିକାନ୍ତ ଦାସ, ମୁକ୍ତିଦର ପରିଡା, ତାପସ ସିଂ, ରୁଦ୍ର ପଟ୍ଟନାୟକ, ଚନ୍ଦନ ସାହୁ, ସ୍ଵପ୍ନଜିତ ସାହୁ, ରାଜେନ୍ଦ୍ର ପାତ୍ର, ଗାଜେଶ ମହାନ୍ତ ଶୁଭମ ମହାନ୍ତ, ସତ୍ୟନାରାୟଣ ସି ପ୍ରମୁଖ ସାମିଲ ଥିଲେ ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରମୁଖଙ୍କ ସମାଧପୀଠ ସ୍ଥାନାନ୍ତର ଉଦାମକୁ ବର୍ଷେ ପୁରିଲା:ଭଞ୍ଜସେନା ପକ୍ଷରୁ କଳାଦିବସ ପାଳିତ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
|
September 12, 2020 |