ନେମାଳ- ୧୦/୨ /୨୬ (ସନ୍ଧାନ ନ୍ୟୁଜ )ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ଉଜାପିତ ହୋଇଯାଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ପ୍ରଧ୍ୟାପକ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ନାୟକ ଯୋଗଦେବା ସହ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଶ୍ରୀ ବିପିନ ବିହାରୀ ଦାସ ଓ ମହାବିଦ୍ୟାଳୟର ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ଗଗନ ବିହାରୀ ଦାସ ସଭାପତିତ୍ବ କରିଥିଲେ । ଅଧ୍ୟାପକ ଡ଼ ବିନୟ କୁମାର ଦାସ ଅତିଥି ପରିଚୟ ଦେଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ବିଚାରକ ଭାବେ କାର୍ଯୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯକ୍ରମ କୁ ସହ ଉପଦେଷ୍ଟ ଅଧ୍ୟାପକ ଲେପ୍ଟନାଣ୍ଟ ସୁଶାନ୍ତ କୁମାର ସାହୁ ଏବଂ ଅଧ୍ୟାପକ ବିବେକାନନ୍ଦ ଜେନା ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।
ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ସାଂସ୍କୃତିକ ଉତ୍ସବ ୨୦୨୬ ଉଦଯାପିତ।
|
February 10, 2026 |



