ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଯୁବକଙ୍କର ମୃତ୍ୟୁ

Spread the love
ସୁନ୍ଦରଗଡ, ୧୨/୬/୨୦୨୧ ( ସନ୍ଧାନ ନିଉଜ/ରୋସନ ପଟେଲ) : ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମ ରେ ଆଜି ଅପରାହ୍ନ ୩ ଟା ସମୟରେ ଗୋଟିଏ ସଡକ ଦୁର୍ଘଟଣା ରେ ଜଣେ ଯୁବକଙ୍କର ଦୁଃଖଦ ମୃତ୍ୟୁ ଘଟିଛି I ସୂଚନା ଅନୁସାରେ କଟରା ଗ୍ରାମ ର ଦୁଇ ଜଣ ଯୁବକ ଗୋଟିଏ ମୋଟର ସାଇକେଲ ଯୋଗେ କୌଣସି କାମରେ ସୁନ୍ଦରଗଡ କୁ ଯାଇଥିଲେ I ଘରକୁ ଫେରିବା ସମୟରେ ଟାଙ୍ଗରପାଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେଲର ଗାଡି କୁ ଧକ୍କା ଦେଇଥିଲେ ଫଳରେ ଗାଡି ର ଚକ ତଳେ ଚାପି ହୋଇ ଜଣଙ୍କର ଘଟଣାସ୍ଥଳ ରେ ମୃତ୍ୟୁ ହୋଇ ଯାଇଥିଲା , ଆଉ ଜଣେ ଗାଡି ରୁ ଛିଟିକି ପଡିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ I ମୋଟର ସାଇକେଲ ଟି ମଧ୍ୟ ଟ୍ରକ ର ଚକ ତଳେ ଚାପି ହୋଇ ଚୁରମାର ହୋଇ ଯାଇ ଥିଲା I ଘଟଣା ସ୍ଥଳ ରେ ସଦର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିଲେ I

Related Posts

About The Author

Add Comment