ଜେନାପୁର /୧୧/୦୮/ସନ୍ଧାନ ନିୟୁଜ୍ (ପ୍ରଶାନ୍ତ ସାମଲ)ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର୍ ହିଙ୍ଗୁଳା ପଡିଆରେ ଭାରତୀୟ ଜନତା ପାର୍ଟି ଦ୍ଵାରା ଏକ ସମ୍ବର୍ଦ୍ଧନା ସଭା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ସଭା ରେ ଧର୍ମଶାଳା ର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଆୟୋଜିତ ସଭା ରେ ସଭାପତି ଭାବେ ଶ୍ରୀ ଶ୍ରୀ ହିଙ୍ଗୁଳା ବିଦ୍ୟା ମନ୍ଦିର ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ କିଶୋର ଦାସ ଦାୟିତ୍ଵ ବହନ କରିଥିଲେ । ଏହି ସଭା ରେ ସମ୍ମାନିତ ଅତିଥି ଭାବରେ ରେ ବିଜେପି ନେତା ଶ୍ରୀଯୁକ୍ତ ସର୍ବେଶ୍ଵର ବେହୁରା , ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ,ମାନସ ମହାନ୍ତି, ମର୍ଜିତାପୁର ଗ୍ରାମପଞ୍ଚାୟତ ର ବିଜେପି କୋର୍ କମିଟି ର ସଦସ୍ୟ ଶ୍ରୀଯୁକ୍ତ ଚକ୍ରଧର ପାତ୍ର, ଶ୍ରୀଯୁକ୍ତ ଶ୍ରୀଧର ପ୍ରଧାନ ଶ୍ରୀଯୁକ୍ତ ରଞ୍ଜନ ତରାଇ ଶ୍ରୀ ନୀଳମଣି ସେଠୀ, ଶ୍ରୀମତୀ ତପସ୍ଵିନୀ ସାହୁ ଓ ଅନ୍ୟାନ୍ୟ ବରିଷ୍ଠ କର୍ମୀ ଏବଂ ଏସ ଏଚ ଜି ମହିଳା ମାନେ ବିଧାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭା ରେ ମର୍ଜିତାପୁର୍ ସରପଞ୍ଚ ଶ୍ରୀଯୁକ୍ତ ବିଜୟ କୁମାର ଦାସ, ନାଏବ ସରପଞ୍ଚ ଶ୍ରୀମତୀ ପାର୍ବତୀ ବାଇ ଓ ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ରାଉତ ବିଜେଡି ଦଳ ଛାଡ଼ି ବିଜେପି ରେ ମିଶିଥିଲେ।ଏହି ସଭା କୁ ମହେଶ୍ୱର ପାତ୍ର ଓ ଆନନ୍ଦ କୁମାର ପ୍ରଧାନ ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ସଭା ର ଶେଷ ରେ ଧର୍ମଶାଳା ବିଧାୟକ ଜନ ଶୁଣାଣି ରେ ଯୋଗଦାନ କରି ଲୋକ ଙ୍କ ଅଭିଯୋଗ ଶୁଣିଥିଲେ।ବାର୍ଦ୍ଧକ୍ୟ ଭତ୍ତା, ଆବାସ ଘର, ସ୍ୱାସ୍ଥ୍ୟ ସମସ୍ୟା ,ଭଳି ଅନେକ ସମସ୍ୟା କୁ ବିଧାୟକ ଶୁଣି ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ହଜାର ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ।
ମର୍ଜିତାପୁର ରେ ବିଜେପି ର ବିଜୟ ଉତ୍ସବ ଏବଂ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ।
|
August 11, 2024 |