ମନରେଗା ଦୁର୍ନୀତି ମାମଲାରେ ୬ ଅଭିଯୁକ୍ତଙ୍କୁ ହାଇକୋର୍ଟଙ୍କ ଆଭ୍ୟନ୍ତରୀଣ ଜାମିନ

Spread the love

ବାରିପଦା ୦୧/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-ଯଶିପୁର ବିଡ଼ିଓ ଅନୁପମା ଘୋଷଙ୍କୁ ଗତକାଲି ରାଜ୍ୟସରକାର ବଦଳି କରିବା ଘଟଣା ଯଶିପୁର ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟସରକାରଙ୍କ ଫଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ବିଡିଓ ଶ୍ରୀମତୀ ଘୋଷଙ୍କୁ ନିଜସ୍ୱ ପୂର୍ବବିଭାଗ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନକୁ ଫେରାଇ ନିଆଯାଇଛି । ଏଥିସହ ତାଙ୍କୁ ଭଦ୍ରକର ଡେପୁଟି କଲେକ୍ଟର ହାଇକୋର୍ଟ ଦିଆଯାଇଛି ।

         ସୂଚନାଯୋଗ୍ୟଯେ ଯଶିପୁର ବ୍ଲକରେ ବହୁ ଚଚ୍ଚିତ ୩ କୋଟି ୨୧ ଲକ୍ଷ ଟଙ୍କାର ମନରେଗା ଦୁର୍ନୀତି ନେଇ ପୋଲିସର ଜୋରଦାର ଗିରଫଦାରୀ ଅଭିଯାନ ଚାଲିଥିବା ବେଳେ ମନରେଗା ବ୍ଲକ ପ୍ରୋଗ୍ରାମ ଅଫିସର ବିଡିଓ ଅନୁପମା ଘୋଷଙ୍କୁ ଅଚାନକ ବଦଳି ଘଟଣା ବୁଦ୍ଧିଜୀବିଙ୍କୁ ଚକିତ କରିଛି । ମୟୂରଭଞ୍ଜ ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥା ପକ୍ଷରୁ ଯଶିପୁର ବ୍ଲକର ଦୁର୍ନୀତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କଲାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଡିଓ ଅନୁପମା ଘୋଷ ଥାନାରେ ୨୫ ଜଣଙ୍କ ନାମରେ ମାମଲାରୁଜୁ କରିଥିଲେ । ବହୁ ବିଳମ୍ବରେ ଥାନାରେ ଏତଲା ହେବାଯୋଗୁ ଅଭିଯୁକ୍ତ ମାନେ ଫେରାର ହେବା ସହ ହାଇକୋର୍ଟରୁ ଆଗୁଆ ଜାମିନ ପାଇଁ ପ୍ରୟାଶ ଜାରି ରଖୁଲେ । ହାଇକୋର୍ଟରୁ ଅଭ୍ୟନ୍ତରିଣ ଆଗୁଆ ଜାମିନ ପାଇ ଗତ ୨୨ ତାରିଖ ଦିନ ଯଶିପୁର ଥାନାରେ ଗୁରୁଗୁଡ଼ିଆ ସରପଞ୍ଚ ମାଟାରାମ ହୋ, ଜିଆରଏସ ସଂଜୀବ ଦରାଇ, ଧଳାବଣି ଜିଆରଏସ ଦେବାଶିଷ ମାରାଣ୍ଡିଙ୍କ କ୍ଷମତାପ୍ରାପ୍ତ ଓକିଲ ହାଜର ହୋଇ ହାଇକୋର୍ଟ ଅର୍ଡର ଥାନା ଆଇଆଇସି ରଞ୍ଜନ ସେଠୀଙ୍କୁ ଦେଇଥିଲେ । ସେହିଭଳି ଗତକାଲି ଅସ୍ତକୁଂଆର ସରପଞ୍ଚ ମହାନ୍ତି ବିରୁଆ, ଜିଆରଏସ ମରମେଶ୍ଵର ମହାନ୍ତ, ପ୍ରଭାବଶାଳୀ ଭେଣ୍ଡର ଗୁରୁଚରଣ ସାହୁଙ୍କ ତରଫରୁ ତାଙ୍କର ଓକିଲ ଥାନାରେ ଆଇଆଇସିଙ୍କୁ ହାଇକୋର୍ଟର ଅଭ୍ୟନ୍ତରିଣ ଆଗୁଆ ଜାମିନ ଅର୍ଡର ଦେଇଥିବାର ଜଣାଯାଏ । ଏହି ସମୟ ଭିତରେ ସତ୍ୟମୂଳକ ଭାବେ ଆବଶକ୍ୟୟ ଦସ୍ତାବିଜ ଥାନାରେ ଜମା କରିବାଲାଗି ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ବରେହିପାଣି ପୂର୍ବତନ ପିଇଓ ବେଣୁଧର ନାୟକ, ସରପଞ୍ଚ ଯୁଝାର ବାନସିଂ, ଗୁରୁଗୁଡ଼ିଆ ପିଇଓ ସନ୍ତୋଷ ଦାସ ଓ ଅସ୍ତକୁଂଆର ପିଇଓ ପ୍ରମିଜ ସେଠି ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅଭିଯୁକ୍ତମାନଙ୍କର ଜାମିନ ନାମଂଜୁର ହେବାରୁ ଏବେ ସେମାନେ କରଞ୍ଜିଆ ଉପକାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି । ମନରେଗା ଦୁର୍ନୀତିର କୋଟି କୋଟି ସରକାରୀ ଟଙ୍କା ଚକତା କରି ବେଆଇନଭାବେ ଅର୍ଥ ବାଟମାରଣା କରିଥିବାରୁ ଅଭିଯୁକ୍ତ ମାନଙ୍କର ବିରୁଦ୍ଧରେ ପୋଲିସ ତଦନ୍ତ କରି କି ପଦକ୍ଷପ ନେଉଛି ଦେଖବାକୁ ବାକି ରହିଲା ।

Related Posts

About The Author

Add Comment