ମନରେଗାରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀଙ୍କ ଦରମା ବଢ଼ିଲା

Spread the love

ଭୁବନେଶ୍ୱର (ସନ୍ଧାନ ନିୟୁଜ୍): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌.ଜି.ଏନ୍‌.ଆର୍‌.ଇ.ଜି.ଏସ୍‌)ରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଛି। ଏହି ସଂଶୋଧିତ ବେତନ ଆସନ୍ତା ୦୧.୦୪.୨୦୧୯ରୁ ଲାଗୁ ହେବ। ଏନେଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓଡ଼ିଶା ସୋସାଇଟିର ଗଭର୍ଣ୍ଣିଂ ବଡି ବୈଠକରେ ନିଷ୍ପତ୍ତି ହୋଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଗ୍ରାମ ରୋଜଗାର ସେବକଙ୍କ ଦରମା ୭୦୦୦, ଏପିଓଙ୍କର ୨୦୦୦୦, ମନରେଗା ସଂଯୋଜକଙ୍କର ୨୫୦୦୦, ମ୍ୟାନେଜର ସୋସିଆଲ ଅଡିଟ୍‌ ଫଲୋଅପ୍‌ଙ୍କର ୨୨୦୦୦, ଆଡିସନାଲ କମ୍ପ୍ୟୁଟର ପ୍ରୋଗ୍ରାମରଙ୍କର ୮୦୦୦, ଏମ୍‌ଜିଏନ୍‌ଆରଇଜିଏସ୍‌ ଆସିଷ୍ଟାଣ୍ଟଙ୍କର ୮୦୦୦ଟଙ୍କାକୁ ବୃଦ୍ଧି ପାଇବ। ସେହିପରି ରାଜ୍ୟ ସ୍ତରୀୟ ବିଶେଷଜ୍ଞଙ୍କର ୫୦୦୦୦, ଥେମାଟିକ୍‌ ଏକ୍ସପର୍ଟଙ୍କର ୫୦୦୦୦, ପ୍ରୋଗ୍ରାମ ମ୍ୟାନେଜରଙ୍କର ୩୭୫୦୦, ପ୍ରୋଗ୍ରାମ ଆସୋସିଏଟ୍‌ଙ୍କର ୨୨୫୦୦, ପ୍ରୋଗ୍ରାମ ଆସିଷ୍ଟାଣ୍ଟଙ୍କର ୧୨୦୦୦, ମଲ୍ଟି ଟାସ୍କର ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟଙ୍କର ୧୦୦୦୦ଟଙ୍କାକୁ ବେତନ ବୃଦ୍ଧି ପାଇବ। ପ୍ରତିବର୍ଷ ୩% ବେତନ ବୃଦ୍ଧି ପାଇବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Related Posts

About The Author

Add Comment