ମଧ୍ୟଶାସନ ମହାବୀର କ୍ଲବ ଲାଇବ୍ରେରୀ ପକ୍ଷରୁ ଗୁରୁ ଉତ୍ତମ କୁମାର ଦାଶଙ୍କର ଜୟନ୍ତୀ ପାଳିତ

Spread the love
କଟକ (ସନ୍ଧାନ ନିଉଜ) ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଉତ୍ତରଶାସନ ପଞ୍ଚାୟତ ଉପକଣ୍ଠ ମଧ୍ୟଶାସନ ମହାବୀର କ୍ଲବ ଲାଇବ୍ରେରୀ ପକ୍ଷରୁ ଉକ୍ତଗ୍ରାମ ତଥା ମହାବୀର ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷାଗୁରୁ ଉତ୍ତମ କୁମାର ଦାଶଙ୍କ ୭୪ ତମ ଜନ୍ମ ଜୟନ୍ତୀ ତାଙ୍କ ନିଜ ବାସଭବନରେ ପାଳିତ ହୋଇ ଯାଇଛି । ଲାଇବ୍ରେରିର ସଭାପତି ଅକ୍ଷୟ କୁମାର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ସଭାରେ ଧନଞ୍ଜୟ ବ୍ରହ୍ମା ମୁଖ୍ୟ ଅତିଥି, ଆଷାଢ଼ ସାହିତ୍ୟ ସଂସଦ ସଭାପତି କବି ପିତାମ୍ବର ମହାପାତ୍ର ମୁଖ୍ୟ ବକ୍ତା,ସମାଜସେବୀ ରାମଚନ୍ଦ୍ର ପଣ୍ଡା,ଚନ୍ଦ୍ରମଣି ଦାସ,ପଣ୍ଡିତ ଗୁରୁପ୍ରସାଦ ରଥ,ଆଷାଢ଼ର  ସମ୍ପାଦିକା କୁନ୍ତଳା ମହାପାତ୍ର, ପ୍ରେମାଞ୍ଜଳି ପଣ୍ଡା,ଅନିତା ଦାସ,ଉମାକାନ୍ତ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଦଶ ଓ ତାଙ୍କ ସହଧର୍ମିଣୀ ଆଦର୍ଶ ଶିକ୍ଷୟତ୍ରୀ ଗୀତାଞ୍ଜଳି ଦେବୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କାରି ଉଭୟଙ୍କର ଶୈଖିକ ଜୀବନର ନିଷ୍ଠାପର କର୍ମ ଦର୍ଶନ ସମ୍ପର୍କରେ ଆଲୋଚନା ହୋଇଥିଲା । ଶେଷରେ ତୁଷାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment