ଭୁବନେଶ୍ୱର 18/07 (ସନ୍ଧାନ ନିୟୁଜ) : ଆନ୍ଧ୍ରରୁ ଆସୁଥିବା ମାଛରେ ଫର୍ମାଲିନ୍ ମିଶୁଥିବା ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ବଜାରରୁ ମାଛ ସଂଗ୍ରହ କରି ପରୀକ୍ଷା ଲାଗି ପଠାଇଥିଲେ। ଦେଶର ବିଭିନ୍ନ ପରୀକ୍ଷାଗାରରେ ମାଛର ନମୂନା ପରୀକ୍ଷା ପରେ ମାଛରେ ଫର୍ମାଲିନ ମିଶିନାହିଁ ବୋଲି ସ୍ପଷ୍ଟ କରିଛି ମତ୍ସ୍ୟ ଓ ପଶୁସଂପଦ ବିଭାଗ । ମାଛରେ ଫର୍ମାଲିନ ମିଶିବା ନେଇ ଅଭିଯୋଗ ମିଳିବା ପରେ ମାଛର ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷାରୁ କୌଣସି ମାଛରେ ଫର୍ମାଲିନ ମିଶିବାର ପ୍ରମାଣ ନାହିଁ ବୋଲି ରିପୋର୍ଟ ଆସିଛି । କେବଳ ଗୋଟିଏ ଶ୍ରେଣୀର ଚାନ୍ଦି ମାଛରେ ଫର୍ମାଲିନ ମିଶିଥିଲା ବୋଲି ଜଣାପଡ଼ିଛି।
ମାଛରେ ଫର୍ମାଲିନ ମିଶିବା ଅଭିଯୋଗ ପରେ ବିଭିନ୍ନ ସ୍ଥାନରୁ ମାଛ ନମୂନା ସଂଗ୍ରହ କରି ଗବେଷଣା ସଂସ୍ଥା ସିଫରୀ, ବାରକୁପୁର ଓ କୋଚି ସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିଲା । ମାଛରେ ଫର୍ମାଲିନ ମିଶି ନଥିବା ନେଇ ରିପୋର୍ଟ ଆସିଛି । ମଧୁର ମାଛରେ ଫର୍ମାଲିନ ମିଶବାର ସମ୍ଭାବନା ନାହିଁ । ଆଗକୁ ବଜାରକୁ ଯେପରି ଫର୍ମାଲିନ ମିଶା ମାଛ ନ ଆସେ ସେ ନେଇ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ମତ୍ସ ଓ ପଶୁ ସଂପଦ ବିଭାଗ କହିଛି ।ଏହା ବ୍ୟତୀତ ମାଛ ବ୍ୟବସାୟୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।