ସୁନ୍ଦରଗଡ ତା:୨୭/୧/୨୦୨୬( ସନ୍ଧାନ ନ୍ୟୁଜ) ମଦ କୁ କେନ୍ଦ୍ରକରି ବିଭିନ୍ନ ବ୍ଲକରେ ପରିବେଶ ଘନେଇ ଆସୁଛି । ଗାଁ ର ମହିଳା ସଂଗଠନ ତଥା ଏସ.ଏ .ଜି ଗ୍ରୁପ ଅଣ୍ଟା ଭିଡିଥିବା ବେଳେ ମଦ ପିଇଲେ ୫ ହଜାର ସହିତ ବିକ୍ରି କଲେ ୨୦ ହଜାର ଫାଇନ ଦେବାକୁ ପଡ଼ିବ । ଯଦି ନିୟମ ଖିଲାଫି କଲେ ଗାଁ ରୁ ବାସନ୍ଦ କରିବାକୁ ମହିଳା ଗ୍ରୁପ ସଂଗଠନ ନିଷ୍ପତି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଳିଶଙ୍କରା ବ୍ଲକ କିଞ୍ଜିରକେଲା ଥାନା ଅନ୍ତର୍ଗତ କଇତରା ଗ୍ରାମରେ ଦେଖିବାକୁ ମିଳିଛି ମଦ ବିରୋଧୀ ଆନ୍ଦୋଳନ । ମଦ ବିରୋଧୀ ଆନ୍ଦୋଳନ ର ନିୟମ ଖିଲାଫି କଲେ ଗାଁ ରୁ ବାଛନ୍ଦ ହେବାକୁ ପଡ଼ିବ ବୋଲି ଅଞ୍ଚଳର ୧୨ ଗୋଟି ଏସ.ଏ .ଜି ଗ୍ରୁପ ମହିଳା ସଂଗଠନ ସୂତ୍ରରୁ ଜଣାପଡିଛି ।ଅଞ୍ଚଳରେ ମଦର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଯୁବଗୋଷ୍ଠୀ ମଦ ପିଇ ମାତାଲ୍ ହେବା ଦ୍ଵାରା ପରିବାର ରେ କଳହ ସୃଷ୍ଟି ହେବା ସହିତ ପରିବାର ସର୍ବହରା ହେବାର ଆଶଙ୍କା ବଢିବାରେ ଲାଗିଛି । ଦିନ ସମୟରେ ସାଇକେଲ ଦ୍ଵାରା ଦେଶୀ ମଦ ଅନବରତ ଚାଲାଣ ହେଉଥିବା ସୂତ୍ରରୁ ଜଣାପଡିଛି । ମଦ ପିଇ ଅନେକ ସମୟରେ ଅଞ୍ଚଳ ର ଲୋକେ ଦୁର୍ଘଟଣାର ଶିକାର ହେଉଥିବା ପ୍ରକାଶ । ତେଣୁ ୧୧ଗୋଟି ମହିଳା ଗ୍ରୁପ ର ମହିଳାମାନେ ମଦକୁ ସମ୍ପୂର୍ଣ ବନ୍ଦ କରିବାକୁ କିଞ୍ଜିରକେଲା ଥାନା ସହିତ ଉପ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଥିବା ଜଣାପଡିଛି ।
ମଦ ପିଇଲେ ୫ ହଜାର ଓ ମଦ ବିକ୍ରିକଲେ ୨୦ ହଜାର ଫାଇନ
|
January 27, 2026 |



