ମଦ ଦୋକାନ ଖୋଲିବାକୁ ନେଇ ମହିଳାଙ୍କ ବିରୋଧ ପ୍ରଦର୍ଶନ

Spread the love
  •  
  •  
  •  
  •  
  •  

ଭଦ୍ରକ, 13.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଗୋଟିଏ ଠିପି ଖୋଲା ମଦ ଦୋକାନ ଥିବାବେଳେ ପୁଣି ସେହି ସ୍ଥାନଠାରୁ ଅଳ୍ପ ଦୂରରେ ଆଉ ଗୋଟିଏ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ବିରୋଧ । ଜିଲ୍ଲାପାଳଙ୍କ ସହ ଆବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିରୋଧ ପ୍ରଦର୍ଶନ ସହ ଦାବିପତ୍ର ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ରାମଚନ୍ଦ୍ରପୁର ପଞ୍ଚାୟତଠାରେ ଏକ ମଦ ବାର୍ ରହିଛି । ପୂର୍ବରୁ ଅଞ୍ଚଳବାସୀମାନେ ବାରକୁ ବିରୋଧ କରିଥିଲେ । କିନ୍ତୁ ଏବେ ପୁଣି ପୁରୁଣା ବାର୍ ନିକଟରେ ଆଉ ଏକ ନୂଆ ବାର୍ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ଗୋଟିଏ ବାର୍ ଥିବାବେଳେ ଆଉ ଅଧିକ ବାର୍ ନ ଖୋଲିବା ପାଇଁ ଅଞ୍ଚଳବାସୀ  ଦାବି କରିଛନ୍ତି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିରୋଧ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପରେ ଅବକାରୀ ଅଧୀକ୍ଷକଙ୍କୁ ମଧ୍ୟ ସମାନ ଦାବିପତ୍ର ପ୍ରଦାନ କରିଛନ୍ତି । ଗୋଟିଏ ବାର୍ ଥିବାରୁ ସେହି ଅଞ୍ଚଳରେ ଆଉ ବାର୍ ଖୋଲିବା ପାଇଁ ଅନୁମତି ନ ଦେବାକୁ ଦାବି କରିଛନ୍ତି ।

Related Posts

About The Author

Add Comment