ମଙ୍ଗଳପୁର-ଦାଣ୍ଡିସାହି ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣରେ ନିମ୍ନମାନ ଅଭିଯୋଗ: ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି

Spread the love

ଯାଜପୁର ସଦର, ୨୮/୩/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକସ୍ତ ମଙ୍ଗଳପୁର ଦାଣ୍ଡିସାହି ଭାୟା କର୍ଣ୍ଣଦାଣ୍ଡି ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତାଟି ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହି ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ଆରମ୍ଭ ହୋଇଛି | ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଜନ ଯାଜପୁର -୧ ଓଡିଶା ସରକାରଙ୍କ ଅଧିନରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାସ୍ତା ନିର୍ମାଣ ଦାୟିତ୍ୱ ତାରିଣୀ କଣ୍ଡେଭ ପ୍ରାଇଭେଟ ଲିମିଟେଡ଼କୁ ଦିଆଯାଇଛି | ୬ କିମି ୩୫0 ମିଟର ଲମ୍ବ ଏହି ରାସ୍ତା ନିର୍ମାଣ ପାଇଁ ୬୬୮. ୨୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ଥିବା ବେଳେ ୪-୨-୨0୨୬ ରିଖରୁ କାର୍ଯ୍ୟ ଆରମ୍ଭ ହୋଇ ୩-୧୧-୨୬ ରିଖ ମଧ୍ୟରେ ରାସ୍ତା କାର୍ଯ୍ୟ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ରହିଛି | ରାସ୍ତା ନିର୍ମାଣ ଶେଷ ହେବା ପରେ ୪-୧୧-୨୬ ରିଖରୁ ୩-୧୧-୩୧ ରିଖ ୫ ବର୍ଷ ପର୍ଯ୍ୟନ୍ତ ଏହି ରାସ୍ତାର ରକ୍ଷଣା ବେକ୍ଷଣ ନିମନ୍ତେ ୨୧. ୭୧ ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଛି | ମାତ୍ର ଜନସାଧାରଣ ମାନଙ୍କ ଯାତାୟତକୁ ସୁଗମ କରିବା ଲକ୍ଷରେ ରାସ୍ତା ଘାଟର ଉନ୍ନତି କରଣ ନିମନ୍ତେ ସରକାର ଯେଉଁ ଉଦେଶ୍ୟ ରଖି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବାସ୍ତବ ପକ୍ଷେ ତାହାର ସୁଫଳ ପାଇବାରୁ ଜନସାଧାରଣ ବଞ୍ଚିତ ହେଉଥିବା ନେଇ ଦେଖିବା ପାଇଁ ମିଳିଛି | କେବଳ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ଲାଭବାନ ହେଉଥିବା ବେଳେ ସରକାରଙ୍କ ଜନହିତକର ଯୋଜନା ଗୁଡିକର ସଫଳ ରୂପାୟନ ହୋଇ ପାରୁନଥିବା ଅଭିଯୋଗ ହୋଇଛି | ଏମିତି ଏକ ଅଭିଯୋଗ ଆସିଛି ମଙ୍ଗଳପୁର ଦାଣ୍ଡିସାହି ଭାୟା କର୍ଣ୍ଣଦାଣ୍ଡି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ କ୍ଷେତ୍ରରେ | ବର୍ତ୍ତମାନ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିୟମ ଅନୁଯାଇ ଜିରୋ ପଏଣ୍ଟରୁ କାର୍ଯ୍ୟ ଆରମ୍ଭ କରିବା କଥା ମାତ୍ର ଠିକାଦାର ଜଣକ ନିଜର ଇଛା ମୁତାବକ ରାସ୍ତା ମଝିରୁ କାର୍ଯ୍ୟ ଆରମ୍ଭ କରିଥିବା ନେଇ ଦେଖିବା ପାଇଁ ମିଳିଛି ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି | ସେହିପରି ପୂର୍ବରୁ ଥିବା ରାସ୍ତାର ୨ ପାର୍ଶ୍ୱରେ ୩ ଫୁଟ ଚଉଡାରେ ରାସ୍ତା ବର୍ଦ୍ଧିତ କରାଯାଉଥିବା ବେଳେ ନିୟମ ଅନୁଯାଇ ଏହି ବର୍ଦ୍ଧିତ ରାସ୍ତା କାର୍ଯ୍ୟ କରାଯାଉନଥିବା ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାଇ ପ୍ରଥମେ ୩ ଫୁଟ ରାସ୍ତାରୁ ମାଟି କାଟି ବାଲି ଡଷ୍ଟ ଫର୍ଟି ମେଟାଲ ଦେବା ପରେ ପାଣି ଦେଇ ରୋଲିଂ କରାଯିବା ପରେ ଢ଼ଳେଇ କରାଯିବା କଥା |ଏହାପରେ ମୋଟ ରାସ୍ତା ଉପରେ ଆଉଥରେ ନୂଆକରି ଢ଼ଳେଇ କରାଯିବାର ନିୟମ ଥିବା ବେଳେ ଠିକାଦାର ଜଣକ କେବଳ ମାଟି କାଟି ବାଲି ଫିଲିଙ୍ଗ କରି ବାଲି ଉପରେ ପ୍ରଥମ ଢ଼ଳେଇ କରି ତା ଉପରେ ଠିକାଦାର ଜଣକ ତରବରିଆ ଭାବେ ଢ଼ଳେଇ କାର୍ଯ୍ୟ କରୁଥିବା ଦେଖିବା ପାଇଁ ମିଳିଛି |ନିୟମ ଅନୁଯାଇ ସାଇଡ ଢ଼ଳେଇ କରାଯାଉ ନଥିବା ବେଳେ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରାଯାଉ ଥିବାରୁ ବର୍ତ୍ତମାନ ସାଇଡରେ ଯେଉଁ ଢ଼ଳେଇ କରାଯାଇ ଥିଲା ତାହା ଫଡା ଫଡା ହୋଇ ଭାଙ୍ଗି ଯାଉଥିବା ନେଇ ଦେଖିବା ପାଇଁ ମିଳିଛି | ଏ ବିଷୟରେ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଜେଇଙ୍କୁ ଜଣେଇଲେ ମଧ୍ୟ ଜେଇ କାର୍ଯ୍ୟ ସ୍ଥଳକୁ ଆଦୌ ଆସୁନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ଫିଲିଙ୍ଗ ବାଲିରେ ଢ଼ଳେଇ କାର୍ଯ୍ୟ କରାଯାଉ ଥିବା ବେଳେ ଏଷ୍ଟିମେଟ ଅନୁଯାଇ ସିମେଣ୍ଟ ଦିଆଯାଉ ନଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି | ସେହିପରି କାର୍ଯ୍ୟ ସ୍ଥଳକୁ ଠିକାଦାର ଆଦୌ ଆସୁନଥିବା ବେଳେ ସୁପର ଭାଇଜର ମାନେ ନିଜର ଇଛା ମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି | ବିଭାଗୀୟ ଅଧିକାରୀ ମାନେ ମୋଟା ଅଙ୍କର ପିସି ନେଇ ଠିକାଦାରଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି | ଏହି ରାସ୍ତା କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି

Related Posts

About The Author

Add Comment