ମକର ସଂକ୍ରାନ୍ତିରେ ରାଶି, ଗୁଡ ଓ ଖେଚେଡ଼ି ଖାଇବାର ରହିଛି ପରମ୍ପରା

Spread the love

ଭୁବନେଶ୍ୱର , 14.01.2021(ସନ୍ଧାନ ନିଉଜ୍) : ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି। ମକର ସଂକ୍ରାନ୍ତି ଖାସ ପର୍ବପର୍ବାଣି ମଧ୍ୟରୁ ଗୋଟିଏ। ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଛି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କୁ ରାଶି ଲଡୁ, ଖେଚେଡ଼ି ଓ ମକର ଚାଉଳ ଭୋଗ ଦେବାର ପରମ୍ପରା ରହିଛି। ଦେଶର ପୂର୍ବାଞ୍ଚଳରେ ଦହି ଚୁଡା ଖାଇ ଦିନ ଆରମ୍ଭ କରାଯାଏ। ତେବେ ବିଶେଷ କରି ଏହି ଦିନ ରାଶି ଲଡୁ ହିଁ କାହିଁକି ପୂଜା କରାଯାଏ ଏବଂ ଖିଆଯାଏ ଜାଣିଛନ୍ତି କି ? ଏହା ପଛରେ ରହିଛି କିଛି କାରଣ।  ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ସମୟ ଗଣନା ଅନୁସାରେ ସୂର୍ଯ୍ୟ ମକର ରାଶିରୁ ମିଥୁନ ରାଶିକୁ ଗତି କରନ୍ତି ସେହି ସମୟକୁ ଉତ୍ତରାୟଣ କୁହାଯାଏ। ଏହି ସମୟ ୬ ମାସର ହୋଇଥାଏ। ଏହାପରେ ସୂର୍ଯ୍ୟ କର୍କଟ ରାଶିରୁ ଧନୁ ରାଶିକୁ ଯାଇଥାନ୍ତି। ଏହାକୁ ଦକ୍ଷିଣାୟନ କୁହାଯାଏ। ସୂର୍ଯ୍ୟଙ୍କ ଉତ୍ତରାୟଣକୁ ବହୁତ ଶୁଭ ବୋଲି କୁହାଯାଏ। ସେଥିପାଇଁ ଏହି ସମୟରେ ସବୁ ପ୍ରକାର ଶୁଭ କାର୍ଯ୍ୟ ହୋଇଥାଏ। ଏହି ସମୟରେ କରାଯାଉଥିବା ପୁଣ୍ୟ କର୍ମର ୧୦୦ ଗୁଣ ଫଳ ମିଳିଥାଏ ବୋଲି କୁହାଯାଏ। ମକର ସଂକ୍ରାନ୍ତିର ଏତେ ମହତ୍ତ୍ୱ ରହିଛି ଯେ ଦେଶର ବିଭିନ୍ନ ଭାଗରେ ଏହି ପର୍ବର ଭିନ୍ନ ଭିନ୍ନ ନାଁ ରହିଛି। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, କେରଳ ତଥା ଅଣ୍ଡର ପ୍ରଦେଶରେ ସଂକ୍ରାନ୍ତି, ଗୋଆ, ଓଡିଶା, ହରିୟାଣା, ବିହାର, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମକର ସଂକ୍ରାନ୍ତି କୁହାଯାଏ। ମକର ସଂକ୍ରାନ୍ତିରେ ଦଳି ଓ ଚାଉଳରେ ତିଆରି ଖେଚେଡ଼ି ଖାଇବା ଓ ଦାନା କରିବାରର ଅନେକ ମହତ୍ତ୍ୱ ରହିଛି। ଚାଉଳକୁ ଚନ୍ଦ୍ରମାର ପ୍ରତୀକ ଭାବେ ଗ୍ରହଣ କରାଯାଏ ଏବଂ ଡାଲି ଶନିଙ୍କ ପ୍ରତୀକ। ଅନ୍ୟ ସବୁଜ ପରିବା ବୁଧଙ୍କ ପ୍ରତୀକ। ଏ ସମସ୍ତଙ୍କ ସମ୍ପର୍କ ମିଶ୍ରଣ ମଙ୍ଗଳ ଓ ସୂର୍ଯ୍ୟଙ୍କ ସହ ରହିଛି। ସେଥିପାଇଁ ଏହି ଖେଚେଡ଼ି ସେବନ କଲେ ଏହିସବୁ ଗ୍ରହଙ୍କ ସକାରାତ୍ମକ ପ୍ରଭାବ ପଡିଥାଏ। ମକର ସଂକ୍ରାନ୍ତିରେ ରାଶିରେ ତିଆରି ଲଡୁ ବା ମିଠା ଖାଇବାର ମଧ୍ୟ ପରମ୍ପରା ରହିଛି। ଶ୍ରୀମଦଭାଗବତ ଏବଂ ଶ୍ରୀମଦ୍ଦେବୀଭାଗବତ ମହାପୁରାଣ ଅନୁସାରେ ଶନିଦେବଙ୍କର ନିଜ ପିତା ସୂର୍ଯ୍ୟଙ୍କ ସହ ପଡ଼େନି। ସୂର୍ଯ୍ୟ ନିଜର ପ୍ରଥମ ପତ୍ନୀ ଓ ଦ୍ୱିତୀୟ ପତ୍ନୀ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ସନ୍ତାନ ମଧ୍ୟରେ ଭେଦଭାବ କରୁଥିବା ଜାଣିବାକୁ ପାଇଥିଲେ। ସେଥିପାଇଁ ଶନିଦେବ ରାଗିଯାଇ ସୂର୍ଯ୍ୟଙ୍କୁ କୁଷ୍ଠରୋଗର ଅଭିଶାପ ଦେଇଥିଲେ। ରୋଗମୁକ୍ତ ସୂର୍ଯ୍ୟ ଶନିଙ୍କ ଘର ଅର୍ଥାତ କୁମ୍ଭ ରାଶିକୁ ଜଳାଇ ଦେଇଥିଏ। କିନ୍ତୁ ପରେ ନିଜ ପୁତ୍ରକୁ କଷ୍ଟରେ ଦେଖି ଶନି ନିଜ ପୁତ୍ରକୁ ସାକ୍ଷାତ କରିବାକୁ ଶନିଙ୍କ ଘରେ ପହଂଚିଥିଲେ। ସେଠାରେ ସେ ଯାଇ ଦେଖିଲେ ଶନିଙ୍କ ଘରେ ଅର୍ଥାତ କୁମ୍ଭ ରାଶିରେ ରାଶିକୁ ଛାଡି ସବୁକିଛି ଜଳି ଯାଇଥିଲା। ଶନି ସୂର୍ଯ୍ୟଙ୍କୁ ରାଶି ଭୋଗ ଦେଇଥିଲେ। ଏହାପରେ ଶନିଙ୍କୁ ନିଜ ବୈଭବ ପୁଣି ମିଳିଥିଲା। ସେହିଦିନ ଠାରୁ ମକର ସଂକ୍ରାନ୍ତିରେ ରାଶି ଖାଇବାର ପରମ୍ପରା ଚାଲିଆସିଛି । ମକର ସଂକ୍ରାନ୍ତି ଦିନ ରାଶି ଓ ଖେଚେଡ଼ି ଖାଇବାର ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ସମୟରେ ଦେଶର ଅନେକ ସ୍ଥାନରେ ଶୀତ ଲହରୀ ଜାରି ରହିଥାଏ। ସୂର୍ଯ୍ୟ ଗୋଟିଏରୁ ଅନ୍ୟ ରାଶିକୁ ଗତି କଲେ ପାଣିପାଗରେ ପରିବର୍ତ୍ତନ ହୋଇଥାଏ। ସେଥିପାଇଁ ନାନା ରୋଗ ବ୍ୟାଧିର ଆଶଙ୍କା ମଧ୍ୟ ରହିଥାଏ। ରାଶି ଏବଂ ଖେଚେଡ଼ିରେ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହା ଶରୀରକୁ ଗରମ ରଖିବା ସହ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ସେଥିପାଇଁ ମକର ସଂକ୍ରାନ୍ତି ଦିନ ରାଶି ଓ ଖେଚେଡ଼ି ଖିଆଯାଇଥାଏ।

 

Related Posts

About The Author

Add Comment