ଭୟ ଓ ଆଶଙ୍କା ମଧ୍ୟରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌; କହିଲେ, ମୋତେ ଲାଗୁଛି ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ କିଛି ବି ଗୋଟିଏ ଘଟଣା ଘଟିପାରେ

Spread the love

ଇସ୍‌ଲାମାବାଦ,୨୭/୩ (ସନ୍ଧାନ ନିୟୁଜ ) : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କର ଏକ ବିବୃତିକୁ କେନ୍ଦ୍ରକରି ଏବେ ବିଶ୍ୱବ୍ୟାପି ଆରମ୍ଭ ହୋଇଛି ଚର୍ଚ୍ଚା। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଛନ୍ତି, ‘ମୁଁ ଏବେ ବି ତଥାପି ଭୟ ଓ ଆଶଙ୍କା ମଧ୍ୟରେ ରହିଛି। ମୋତେ ଲାଗୁଛି ଯେପରି ଭାରତର ସାଧାରଣ ନିର୍ବାଚନ ପୂର୍ବରୁ କିଛି ବି ଗୋଟିଏ ଘଟଣା ଘଟିପାରେ!’

ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ‘ଦ ନ୍ୟୁଜ୍‌ ଇଣ୍ଟରନ୍ୟାସନାଲ’କୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଛନ୍ତି, ‘ମୁଁ ଏବେ ତଥାପି ଭୟ ଓ ଆଶଙ୍କା ମଧ୍ୟରେ ରହିଛି। କାରଣ, ମୋର ଆଶଙ୍କା ହେଉଛି ଭାରତର ସାଧାରଣ ନିର୍ବାଚନ ପୂର୍ବରୁ ସେ ଦେଶରେ (ଭାରତରେ) ସୁରକ୍ଷାକୁ କେନ୍ଦ୍ରକରି କିଛି ବି ଗୋଟାଏ ଘଟଣା ଘଟିପାରେ! ମୁଁ ଭୟଭୀତ ଅବସ୍ଥାରେ ରହିଛି। ମୋତେ ଲାଗୁଛି ଯେମିତି କିଛି ଗୋଟାଏ ଘଟିବାକୁ ଯାଉଛି!’

‘ଯେତେବେଳେ ପୁଲଓ୍ଵାମା ଘଟଣା ଘଟିଲା, ମୁଁ ଅନୁଭବ କରିଛି ଯେ ମୋଦି ସରକାର ତାହାକୁ ବ୍ୟବହାର କରି ‘ଓ୍ଵାର ହିଷ୍ଟ୍ରିଆ’ ସୃଷ୍ଟି କଲେ’, ବୋଲି ‘ଦ ନ୍ୟୁଜ୍‌ ଇଣ୍ଟରନ୍ୟାସନାଲ’କୁ କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌।

ତେବେ, ତାଙ୍କୁ ଭୟଭୀତ କରୁଥିବା ଘଟଣା କାହା ଦ୍ୱାରା ଘଟିବ ପାକିସ୍ତାନ ନା ଭାରତ; ସେ ବିଷୟରେ କିଛି କହି ନଥିଲେ ବି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଛନ୍ତି, ‘ଭାରତର ଜନତା ବୁଝିବା ଉଚିତ ଯେ ଏସବୁ କେବଳ ନିର୍ବାଚନରେ ବିଜୟ ଲାଭ ପାଇଁ। ଅସଲ ପ୍ରସଙ୍ଗ ସହ କୌଣସି ସଂପର୍କ ନାହିଁ।’

Related Posts

About The Author

Add Comment