ଭ୍ରଷ୍ଟାଚାରମୁକ୍ତ ସେବା ପରାୟଣ ଓ ନିଷ୍ଠାପର ନେତୃତ୍ୱ ଭିତରେ ସାଧାରଣ ଜନତା ତାର ସ୍ୱପ୍ନ ଦେଖିପାରିବ
ଭ୍ରଷ୍ଟାଚାରମୁକ୍ତ ସେବା ପରାୟଣ ଓ ନିଷ୍ଠାପର ନେତୃତ୍ୱ ଭିତରେ ସାଧାରଣ ଜନତା ତାର ସ୍ୱପ୍ନ ଦେଖିପାରିବ
Manas Kumar Rout |
August 16, 2018 |
ଯାଜପୁର,୧୬/୮ (ସନ୍ଧାନ ନିୟୁଜ) ସାଧାରଣ ମଣିଷଟିଏ ତାର ନେତା ଉପରେ ଆସ୍ଥା ରଖି ଶାନ୍ତିରେ ଶୋଇଥାଏ । ଘଡିସନ୍ଧି ସମୟରେ ସମାଜର ବୃହତର ସ୍ୱାର୍ଥ ରକ୍ଷା ପାଇଁ ସେହି ନେତାର ଆହ୍ୱାନରେ ନିଜ ଜୀବନକୁ ତୁଚ୍ଛ କରି ଲଢେଇ କରିଥାଏ । ମହାତ୍ମା ଗାନ୍ଧୀ, ସୁବାଷ ବୋଷ ଉକ୍ରଳମଣୀ ଗୋପବନ୍ଧୁ, ବିଜୁ ପଟ୍ଟନାୟକଙ୍କ ପରି ବ୍ୟକ୍ତତ୍ୱ ଦେଶ ଓ ସାଧାରଣ ଜନତାଙ୍କ ପାଇଁ ସେଭଳି ସମର୍ପିତ ନେତା ଥିଲେ । ଭ୍ରଷ୍ଟାଚାରମୁକ୍ତ ସେବା ପରାୟଣ ଓ ନିଷ୍ଠାପର ନେତୃତ୍ୱ ଭିତରେ ସାଧାରଣ ଜନତା ତାର ସ୍ୱପ୍ନ ଓ ଆଶାକୁ ଦେଖିଥାଏ ବୋଲି ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ପଟୁଣିଆଠାରେ ସ୍ୱାଭିମାନ ମଂଚ ତରଫରୁ ସ୍ୱାଧୀନତା ଦିବସ ଅବସରରେ ‘ସ୍ୱାଧୀନ ଭାରତରେ ରାଜନୈତିକ ଇଛାଶକ୍ତି ଓ ସାଧାରଣ ଜନତା’ ଶୀର୍ଷକ ଅନୁଷ୍ଠିତ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ସତୀଶ ପଟୁଣିଆ ଏବଂ ଚଉଷଠିପଡାରେ ଜାତୀୟ ପତାକା ଉତୋଳନ କରିଥିଲେ । ଅନୁଷ୍ଠିତ ଆଲୋଚନାରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି.ଜେ.ଡି ପ୍ରତିଷ୍ଠା ଦିବସରେ ନିଜର ପ୍ରତିପକ୍ଷକୁ କୌଣସି ପ୍ରକାର ସମାଲୋଚନା ନକରି ସେବା ନିକଟରେ କ୍ଷମତା ଓ ସମ୍ମାନ ତୁଚ୍ଛ ବୋଲି ମତ ପ୍ରକାଶ କରିଥିଲେ । ଏଥିରୁ ରାଜନୀତିରେ ଥିବା ଜନପ୍ରତିନିଧି ଓ ଭାଗ୍ୟବିଧାତାମାନେ ଅନ୍ତତ କିଛି ଶିଖିବା କଥା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜନପ୍ରତିନିଧିମାନେ ସମ୍ପତି ଆହରଣ ମାନସିକତାରୁ ନିବୃତି ରହିବାକୁ ଆହ୍ୱାନ ଦେଇଥିଲେ । ଜନପ୍ରତିନିଧି ନିଜ ସୁଖ, ସମୃଦ୍ଧିକୁ ଗୁରୁତ୍ୱ ଦେଲେ, ସରକାରୀ ଯୋଜନା ବାଟବଣା ହେବା ସହ ଦୁର୍ନିତି ବ୍ୟାପିବା ଦ୍ୱାରା ସାଧାରଣ ଜନତା ଅସହାୟ ହେଉଛନ୍ତି । ସମାଜର ପଛରେ ପଡିଯାଇଥିବା ମଣିଷର ବିକାଶ ଓ ସମୃଦ୍ଧି ମହାତ୍ମାଗାନ୍ଦୀଙ୍କ ଲକ୍ଷ ଥିଲା ଏହା ହିଁ ବାସ୍ତବ ବିକାଶ ବୋଲି ସେ ମତ ପ୍ରକାଶ କରିଛନ୍ତି । ରମେଶ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସମାଜସେବୀ ଗୁରୁଚରଣ ସାମଲ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବରିଷ୍ଠ ସଂଗଠକ ବଟକୃଷ୍ଣ ନାୟକ, ନାରାୟଣ ସାମନ୍ତରାୟ, ହରିହର ଗନ୍ତାୟତ, ଭରତ ଚନ୍ଦ୍ର ଗନ୍ତାୟତ, କାହ୍ନୁ ଚରଣ ରାଉତ, ତାପସ ରାଉତ, ପଙ୍କଜ ସାମଲ, ନାରାୟଣ ଦଳାଇ, ପ୍ରତାପ ଦଳାଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଚଉଷଠିପଡା ନଟିଲୋରେ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ର ମାନବ ସମାଜ ପାଇଁ ଅତ୍ୟାବଶୀକ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ସମାଜସେବୀ ଦେବ ପ୍ରସାଦ ସମାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ପ୍ରଦୀପ ମହାନ୍ତି ପ୍ରାରମ୍ବିକ ସୂଚନା ଦେଇଥିବା ବେଳେ କାର୍ତିକ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଳେ ।
Related Posts
About The Author