ଭୋଟର ତାଲିକା ସଂଶୋଧନ କାଯକ୍ରମ ଆରମ୍ଭ

Spread the love

ଯାଜପୁର, ୧୯/୧୧/୨୦ (ସନ୍ଧାନ ନିଉଜ) : ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି । ୨୦୨୧ ଜାନୁଆରୀ ୧କୁ ଯୋଗ୍ୟତା ତାରିଖ ଧରାଯାଇ ଏହି ସମୟକୁ ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିପାରିବେ ବୋଲି ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର ସୂଚନା ଦେଇଛନ୍ତି । ଚଳିତ ମାସ ୧୬ ତାରିଖରୁ ଜିଲ୍ଲାର ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ଭୋଟର ତାଲିକା ପ୍ରକାଶ ପାଇଛି । ଏହାକୁ ଭୋଟରମାନେ ଅନୁଧ୍ୟାନ କରିପାରିବେ । ଭୋଟର ତାଲିକାରେ ନାମ ଯୋଗ ପାଇଁ -୬ ନଂ ଫର୍ମ ମାଧ୍ୟମରେ ବିଏଲଓ ବା ବୁଥସ୍ତରୀୟ ଅଧିକାରୀଙ୍କୁ ଆବେଦନ କରିପାରିବେ । ଭୋଟର ତାଲିକାରେ ଗୋଟିଏ ଭୋଟ ଗ୍ରହଣ କେନ୍ଦ୍ରରୁ ଅନ୍ୟ ଏକ ଭୋଟ କେନ୍ଦ୍ରକୁ ନିଜର ନାମ ସ୍ଥାନାନ୍ତର ନିମନ୍ତେ ଫର୍ମ ନଂ ୮(କ) ରେ ଆବେଦନ କରିପାରିବେ । ସେହିପରି ଭୋଟର ତାଲିକାରେ ତୃଟି ଥିଲେ ସଂଶୋଧନ ପାଇଁ ଫର୍ମ ନମ୍ବର ୮ ରେ ଆବେଦନ କରିପାରିବେ । ନୂତନ ଭୋଟର ମାନଙ୍କ ନାମ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଜନସାଧାରଣଙ୍କୁ ବ୍ୟାପକ ଭାବେ ସଚେତନ କରାଯିବ । ଏଥିପାଇଁ ମଧ୍ୟ ଚଳିତମାସ ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖଙ୍କୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପାଳନ କରାଯିବ । ଏହି ଦିନ ମାନଙ୍କରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ଭୋଟରମାନଙ୍କର ଭୋଟର ତାଲିକାରେ ନାମ ଯୋଗ ଓ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟର ମାନଙ୍କର ଯୋଗ ନିମନ୍ତେ ଭୋଟରମାନେ ମଧ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟ ଡଡଡ.ଘଠଝଚ.ସଦ୍ଭ କିମ୍ବା ଭୋଟର ହେଲ୍ପଲାଇନକୁ ଲଗ ଇନ୍ କରି ନିଜର ନାମ ତନଖି କରିପାରିବେ । ଆଗାମୀ ଜାନୁଆରୀ ୫ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ସମାଧାନ କରାଯିବ । ଚୁଡାନ୍ତ ସଂଶୋଧିତ ଭୋଟର ତାଲିକା ୨୦୨୧ ଜାନୁଆରୀ ୧୫ ତାରିଖରେ ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ନିଦେ୍ର୍ଧଶ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ରୋଠୋର କହିଛନ୍ତି । ଭୋଟର ପରିଚୟ ପତ୍ର ଜଣେ ନାଗରିକର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର । ଏହା କେବଳ ମତଦାନ ପାଇଁ ନୁହେଁ ବରଂ ଅନ୍ୟାନ୍ୟ ବିବିଧ କାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ ଯୋଗ୍ୟ ଭୋଟରମାନେ ନିଶ୍ଚିତ ନିଜର ଭୋଟର ପରିଚୟ ପତ୍ର ପ୍ରସ୍ତୁତ କରିବା ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜିଲ୍ଲାର ୧୬୧୯ଟି ମତଦାନ କେନ୍ଦ୍ରରେ ବର୍ତମାନ ୧୪୮୦୦୨୫ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ୭୬୯୦୭୨ ପୁରୁଷ, ୭୧୦୮୯୦ ମହିଳା ଓ ୬୩ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି ବୋଲି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇଛନ୍ତି । ପୁରୁଷ ଭୋଟର ଶତକଡା ୫୧.୯୬ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୦୩ ଭାଗ ରହିଛି ବୋଲି ଶ୍ରୀ ଧଳ ଅବଗତ କରାଇଛନ୍ତି । ନୂତନ ଯୁବ ଭୋଟର ମାନେ ନିଶ୍ଚିତ ସେମାନଙ୍କ ନାମ ଏହି ସମୟ ମଧ୍ୟରେ ପଞ୍ଜିକରଣ କରାଇ ନେବାକୁ ଶ୍ରୀ ଧଳ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment