ଭୁଷୁଡିବ ବନ୍ଧଡିହ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର

Spread the love

ରସୁଲପୁର,୨୩ା୫(ସନ୍ଧାନ ନିୟୁଜ୍/ଚିନ୍ମୟ ନାୟକ): ପ୍ରତି ପଂଚାୟତରେ ଗ୍ରାମାଞ୍ଝଳର ଉନ୍ନତି ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । ସରକାରୀ କାର୍ଯ୍ୟାଳୟ ହେଉ ଅବା ପଂଚାୟତ ନୂତନ ଗୃହ ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରି ଚାଲିଛନ୍ତି । ସେପରି ଉନ୍ନତିରେ କିଛି ସୁଧାର ନ ଆସିବା ପରିବର୍ତେ ଦିନକୁ ଦିନ ଅବନତି ହେବାରେ ଲାଗିଛି ,ହେଲେ ବାସ୍ତବରେ ଏହାର ରକ୍ଷଣାବେକ୍ଷଣ ଓ ଦୂରଦୃଷ୍ଟି ଅଭାବରୁ ବିଭିନ୍ନ ପଂଚାୟତରେ ବହୁ ନୂତନ ଗୃହ ଭାଙ୍ଗି ରୁଜି ଭୁଷୁଡି ଯିବା ପରି ସମ୍ଭାବନା ଥିବା ବେଳେ ବହୁ ଗୃହ ଏବେ ଭୂତ କୋଠିରେ ପରିଣତ ହେବାକୁ ବସିଲାଣି । ହେଲେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଅଭିଯୋଗ ହୋଇଛି ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତରେ । ୧୦ ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଭାରତ ନିର୍ମାଣ ସେବା କେନ୍ଦ୍ର ନିର୍ମାଣ କରାଯାଇଥିଲା । ବରୀ ବିଧାୟକ ଦେବାଶିଷ ନାୟକ ଏହି ନୁତନ ଗୃହକୁ ଜାକଜକମରେ ଉଦଘାଟନ କରିଥିଲେ । ହେଲେ କେଉଁ ଉଦେ୍ଦଶ୍ୟ ନେଇ ଏଠାରେ ଏତେ ଟଙ୍କା ଖର୍ଚ୍ଚ କରାଯାଇ କେଉଁ ସ୍ୱାର୍ଥରେ ଗୃହ ନିର୍ମାଣ କରାଗଲା ତାହା ଏବେ ସନେ୍ଦହ ଘେରରେ । ନିର୍ମାଣ ସମୟରେ ଠିକାଦାର ଓ ବିଭାଗୀୟ ଅଧିକାରୀ ମିଳିମିଶି ଅତି ନିମ୍ନମାନର କମା ସାରି ଦେଇଥିଲେ । ଏବେ ଏହି ଗୃହର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଗୃହ କାହାରି କାମରେ ନ ଲାଗି ଏବେ ଭୂତ କୋଠି ପାଲଟି ଗଲାଣି।

ADVT

୨୦୧୧ ମସିହାରେ ବ୍ରାହ୍ମଣୀ ଓ ତାହାର ଶାଖା ନଦୀ କେଲୁଅ ନଦୀରେ ବନ୍ୟା ଆସିଥିଲା । ବ୍ରାହ୍ମଣୀ ନଦୀ ଦେଓଦା ଓ ବ୍ରହ୍ମବରଦା ଓ କେଲୁଅ ନଦୀରେ ରାୟଧପୁରଠାରେ ନଦୀ ବନ୍ଧ ଭାଙ୍ଗି ଯାଇଥିଲା । ଏହି ବନ୍ୟାରେ ଦୁର୍ବଳ ନଦୀ ବନ୍ଧୁକୁ ଭାଙ୍ଗି ଦେଇ ବହୁ ଅଂଚଳ ଜଳମଗ୍ନ ହୋଇଥିଲା । ଏହି ବନ୍ୟା ଜଳର ପ୍ରଭାବରେ ବିଶେଷ ଭାବେ ଏହି ବନ୍ଧଡିହ ପଂଚାୟତରେ ଥିବା ଭାରତ ନିର୍ମାଣ ସେବା କେନ୍ଦ୍ରଟି ପ୍ରଭାବିତ ହୋଇଥିଲା । ଏହାର ପ୍ରଭାବରେ ଘରର ଫାଉଣ୍ଡେସନରୁ ମାଟି ଅତଡା ଧସି ଯାଇଥିଲା । ପରେ ଏହି ଗୃହଟି ଆସ୍ତେ ଆସ୍ତେ ଭାଙ୍ଗିବାରେ ଲାଗିଲା । ଏବେ ଏହି ଗୃହଟି ସମ୍ପର୍ଣ୍ଣ ବିପଦ ଗୃହ ଭାବେ ଠିଆ ହୋଇଛି । ଏହି ଗୃହ କଡରେ ମୁଖ୍ୟରେ ଦୈନନ୍ଦିନ ସରକାରୀ ବାବୁମାନେ ଯାତାୟତ କରୁଥିଲେ ମଧ୍ୟ ସେମାନଙ୍କ ନଜରରେ ମଧ୍ୟ ପଡୁ ନାହିଁ । ହେଲେ ଅଂଚଳବାସୀ ଏହାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବ୍ଲକ ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ସେପରି କିଛି ସନ୍ତୋଷ ଜନକ ଉତର ମିଳିଲା ନାହିଁ । ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ଗୃହର ଏବେ ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେତେବେଳେ ଏହି ଗୃହଟି ଭୁଷୁଡି ପଡିବ ତାହା କିଏ କହିବ । ତୁରନ୍ତ ଜିଲାପାଳ ଏହି ଗୃହ ପ୍ରତି ଦୃଷ୍ଟି ଦେବାକୁ ପଂଚାୟତବସୀ ଦାବି କରିଛନ୍ତି ।

Related Posts

About The Author

Add Comment