ଭୀମ ଆର୍ମିର ବନ୍ଦ ଡାକରା

ସମ୍ବଲପୁର,୨୩/୦୨/୨୦ (ସନ୍ଧାନ ନିଉଜ) : ଭୀମ ଆର୍ମିର ବନ୍ଦ ଡାକରାରେ ସମ୍ବଲପୁର ଠପ୍‌ ! ସକାଳୁ ସକାଳୁ ବନ୍ଦର ପ୍ରଭାବ ସହରରେ ଦେଖିବାକୁ ମିଳିଛି । ସରକାରୀ ଚାକିରିରେ ପଦୋନ୍ନତି ବ୍ୟବସ୍ଥାରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ ତଥା ସିଏଏ ଓ ଏନଆରସିକୁ ରଦ୍ଦ କରିବା ଦାବି ନେଇ ଆଜି ଭୀମ ଆର୍ମି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରିବା ପାଇଁ ଭୀମ ଆର୍ମିର ସଦସ୍ୟ ମାନେ ସକାଳୁ କ୍ଷେତରାଜପୁର ରେଳଷ୍ଟେସନରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନକୁ ଅଟକାଇ ଥିଲେ । ଫଳରେ ଟ୍ରେନ ଏକ ଘଣ୍ଟା ବିଲମ୍ବରେ ଛାଡିଛି ।

Related Posts

About The Author

Add Comment