ବଡଚଣା,୨୯/୧(ସନ୍ଧାନ ନିୟୁଜ/ଅନୀତା ବେହେରା)-ଯାଜପୁର ଜିଲ୍ଲା ଡଚଣା ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତସ୍ଥିତ ସେହି ଗ୍ରାମର ଜଗନ୍ନାଥ ସାହୁଙ୍କ ଝିଅ କୁଞ୍ଜଲତା(୩୫) ଜଣେ ଭିନ୍ନକ୍ଷମ ଅଟେ । ସରକାରଙ୍କ ଦ୍ୱାରା ପ୍ରଦତ ବିକଳାଙ୍ଗ ଭତା ପାଇବା ପାଇଁ ୨୦୧୪ ମସିହାରେ ଯୋଗ୍ୟ ବିବେଚିତ ହେବାସହ ସେହିଦିନ ଠାରୁ ସେ ଭତା ପାଇଆସୁଥିଲା । ଗତ ପଂଚାୟତ ନିର୍ବାଚନ ପରେ ରାଜ୍ୟ ନୈତିକ ଆକୋ୍ରସର ଶିକାର ହୋଇଥିଲେ । ସ୍ଥାନୀୟ କିଛି ମୃଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ପଂଚାୟତ କାର୍ଯ୍ୟ ନିାର୍ବହୀ ଅଧିକାରୀ ରାମଚନ୍ଦ୍ର ମଲ୍ଲିକ ୧୫.୦୩.୨୦୧୮ଠାରୁ ତାଙ୍କୁ ଭତା ଦେବା ବନ୍ଦ କରିଛନ୍ତି । ତାଙ୍କ ପରିବାର ନିର୍ବାଚିତ ସରପଂଚଙ୍କୁ ଭୋଟ ନଦେଇଥିବନା କାରଣରୁ କାର୍ଯ୍ୟ ନିାର୍ବହୀ ଅଧିକାରୀ ଏଭଳି ପଦକ୍ଷେପ ନେଇଥିବା ତାଙ୍କ ପରିବାର ପକ୍ଷରୁ ଅଭୀଯୋଗ ହୋଇଛି । ସେ ଶେଷଥର ଏପ୍ରିଲ ମାସରେ ଭତା ପାଇଁ ପଂଚାୟତ କାର୍ଯ୍ୟାଳୟକୁ ପ୍ରତ୍ୟେକ ଥର ପରି ୍ୟାଇଥିଲା ବେଳେ କୌଣସି ଦୋଷ ତ୍ରୁଟି ନଥାଇ କାର୍ଯ୍ୟ ନିାବହୀ ଅଧିକାରୀ ଭତା ଟଙ୍କା ନଦେଇ ତାଙ୍କୁ ଫୈରାଇ ଦେଇଥିଲେ । ସେ କହିଥିଲେ ତାଲିକାରୁ ତୁମର ନାଁ କଟିଯାଇଛି, ତୁମେ ବିଡିଓଙ୍କ ସହ ଯୋଯୋଗ କର । କୁଞ୍ଜଲତା ଏକ ଲିଖିତ ଅଭିଯୋଗ ସ୍ଥାନୀୟ ବିଡିଓଙ୍କୁ ପ୍ରଦାନ କରିଥିଲେ ମଧ୍ୟ ୮ ମାସ ଧରି କୌଣଶି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଜଣେ ଭିନ୍ନକ୍ଷମ ଅବିବାହିତା ମହିଳାଙ୍କ ପ୍ରତି ଏଭଳି ଆଭିମୁଖ୍ୟ ସାଧାରଣରେ ଘୋର ଉଦବେଗ ପ୍ର୍ାଶ କରିଛି । ବିଡିଓଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଥିଲେ ମୁଁ ଏ ବିଷୟରେ ଜାଣି ନାହିଁ । ମୋତେ ସେ ସାକ୍ଷାତ କରନ୍ତୁ ଓ ଅଭିଯୋଗ ଦିଅନ୍ତୁ ମୁଁ ଏହାର ବିଧିବଦ୍ଧ ତଦନ୍ତ କରିବି । ଏହି ପଂଚାୟତରେ ଏହିଭଳି ବହୁ ଅନିୟମିତତା ହେଉଅଛି । ଏହା ବିରୁଦ୍ଧରେ ବିଡିଓଙ୍କୁ ଯେତେ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏଥିପ୍ରତି ଜିଲ୍ଲାପାଳ ଏବଂ ଉଚ୍ଚସ୍ତରୀୟ ଅଧିକାରୀ ଏହାର ବିଧିବଦ୍ଧ ତଦନ୍ତ କରି କୁଞ୍ଜଲତା ସମେତ ଏଭଳି ଅନେକ ଗରିବ ମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଅଛି ।
ଭିନ୍ନକ୍ଷମର ଦୀର୍ଘ ୮ ମାସ ହେବ ଭତା ଟଙ୍କା ବନ୍ଦ କରିଛନ୍ତି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ
|
January 31, 2019 |