ଭିଜିଲାନ୍ସ ଜାଲରେ ଦମ୍ପତ୍ତି, ଏକକାଳୀନ ୫ଟି ସ୍ଥାନରେ ଚଢାଉ

Spread the love

ଭଦ୍ରକ, ୩୧/୮ (ସନ୍ଧାନ ନିୟୁଜ/ରମେଶ ନାୟକ) ଭିଜିଲାନ୍ସ ଜାଲରେ ଦମ୍ପତ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ସଙ୍ଗୀତା ଖଣ୍ଡେଇ ଏବଂ ତାଙ୍କ ସ୍ବାମୀ ତେସିଙ୍ଗା ସେବା ସମବାୟ ସମିତିର ସମ୍ପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବାଲେଶ୍ବର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି ।ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଥିବା ସୂଚନା ମିଳିଛି । ଉଭୟଙ୍କ ପୈତୃକ ଘର, ଇଟା ଫ୍ୟାକ୍ଟ୍ରି, ଫାର୍ମହାଉସ, ସେବା ସମବାୟ ସମିତି ଓ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।

Related Posts

About The Author

Add Comment