ଭିକିପୁରରେ ୭ମ ବାର୍ଷିକ ମା ମଙ୍ଗଳା ଯଂଗ୍ୟ ଉଦଯାପିତ

Spread the love

କୋରେଇ ୦୯/୦୫ (ସନ୍ଧାନ ନ୍ୟୁଜ) ଏହି ବ୍ଲକ ଲକ୍ଷ୍ମୀନଗର ପଂଚାୟତ ଅନ୍ତର୍ଗତ ଭିକିପୁର ଗ୍ରାମରେ ଗତକାଲି ମା ମଙ୍ଗଳାଙ୍କ ୭ମ ବାର୍ଷିକ ଯଜେ୍ଞାତ୍ସବ ଉଦ୍ୟାପିତ ହୋଇଯାଇଛି । ଯଜେ୍ଞାତ୍ସବର ଏହି ଉଦ୍ୟାପନୀ ଦିବସରେ କୋରାଇର ବିଧାୟକ ଆକାଶ ଦାସନାୟକ ପହଁଚି ମାଙ୍କ ଆର୍ଶିବାଦ ନେଇଥିଲେ । ତ୍ରି-ଦିବସୟ ମା ମଙ୍ଗଳାଙ୍କ ୭ମ ବାର୍ଷିକ ଯଜେ୍ଞାତ୍ସବର ପ୍ରଥମ ଦିବସରେ ଷୋଡ଼ଶ ଉପଚାର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ଯାଜ୍ଞିକ ପଣ୍ଡିତ ବ୍ରହ୍ମାଶ୍ରୀ ରାଜକିଶୋର ରଥଶର୍ମାଙ୍କ ନେତୃତ୍ୱରେ ବିଦ୍ୱାନ ପଣ୍ଡିତଗଣଙ୍କୁ ନେଇ ଘନ୍ଟବାଦ୍ୟ, ହୂଳହୂଳି ଏବଂ ହରିନାମର ତାଳେ ତାଳେ ୧୦୮ କଳସ ଧରି ୧୦୮ ମଙ୍ଗଳା ମାତୃପ୍ରେମୀ ମାଁ ମାନେ ଭିକିପୁର ଗ୍ରାମର ମା ମଙ୍ଗଳା ମନ୍ଦିରରୁ ବାହାରି ବାଲିଆପଶି,ଛୋଟରାୟପୁର ଛକ ପରିକ୍ରମା କରି ଭିକିପୁର ଗ୍ରାମର ଆରାଧ୍ୟା ଦେବୀ ଗ୍ରାମଦେବତୀ ମା ଚଣ୍ଡୀଙ୍କ ପୀଠରେ ମାଙ୍କୁ ପ୍ରଣିପାତ ପୂର୍ବକ ମାଁଙ୍କ ମନ୍ଦିର ସଲଗ୍ନ ପୂଣ୍ୟ ପୂଷ୍କରିଣୀରୁ ମା ମଙ୍ଗଳା ମହୋତ୍ସବର ମୁଖ୍ୟ ପୁରୋଧା ଜଳଧର ଜେନା , ସହ ପୂରୋଧା ଚକ୍ରଧର ପାଢୀ,ସନାତନ ଜେନା,ଶରତ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ୧୦୮ ମଙ୍ଗଳା ମାତୃପ୍ରେମୀ ମାଁ ମାନେ କଳସ ଶୋଭାଯାତ୍ରାରେ ଭିକିପୁର ଗ୍ରାମ ପରିକ୍ରମା କରି ମା ମଙ୍ଗଳା ମନ୍ଦିରରେ ପହଁଚିଥିଲେ । ସୋମବାର ଗାଁ ମଙ୍ଗଳା ମନ୍ଦିରରେ ଅଙ୍କୁରାରୋପଣ ସହିତ ଯଜ୍ଞମହୋତ୍ସବ ଆରମ୍ଭ ହୋଇଥିଲା । ଏହି ଯଜେ୍ଞାତ୍ସବର ପୂହ୍ନାହୂତିରେ ତରାପୁର ଗ୍ରାମର ସଂଜୟ ପ୍ରଧାନ ସ-ପତ୍ନୀକ ପୂହ୍ନାହୂତି ପ୍ରଦାନ କରିବା ପରେ ଲକ୍ଷ୍ମୀନଗର ପଂଚାୟତର ସମିତିସଭ୍ୟା ଅଂଜଳୀ ମହାନ୍ତି,ୁଲକ୍ଷ୍ମୀନଗର ପଂଚାୟତ ସରପଂଚଙ୍କ ପ୍ରତିନିଧି ପ୍ରଫୁଲ୍ଲ ସାହୁ,ଆଇନଜୀବି ପୂର୍ଣଚନ୍ଦ୍ର ପାଢୀ,ସତ୍ୟାନନ୍ଦ ସାହୁ,ଅଂଜନ ସାମଲ,ମନୋଜ ମଳିକ,ରମାକାନ୍ତ ବେହେରା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଂଚି ପୂହ୍ନାହୂତି ଦେବା ସହିତ ମାଙ୍କ ଆଶି୍ରର୍ବାଦ ନେଇଥିଲେ । ମାଙ୍କ କଳସ ଶୋଭାଯାତ୍ରାଠାରୁ ଆରମ୍ଭ କରି ସୂର୍ଯ୍ୟପୂଜା, ଗୋ ପୂଜା, ଯଜ୍ଞାରମ୍ଭ, ଚଣ୍ଡିପାଠ,ବେଦପାଠ,ପୂଣ୍ଣାହୂତି ଆଦି କାର୍ଯ୍ୟ ଗ୍ରାମ ମୁଖ୍ୟ ନଟବର ଜେନା, ପରିକ୍ଷୀତ ସାହୁ(ସଂପାଦକ), ଶଙ୍କର୍ଷଣ ବିଶ୍ୱାଳ,ନନ୍ଦକିଶୋର ସାହୁ, ଗୋବିନ୍ଦ ସାହୁ,ରାଜକିଶୋର ପାଢୀ,ଯଦୁନାଥ ତ୍ରିପାଠୀ,କାଳନ୍ଦୀ ଚରଣ ଭଂଜ,ବିଶ୍ୱମ୍ବର ପାଢୀ, କୁନଚନ୍ଦ୍ର ପାଢୀ ଏବଂ ମା ମଙ୍ଗଳା ଯଜେ୍ଞାତ୍ସବର ମୂଖ୍ୟ ଆୟୋଜକ ହରିଗୋସାଈଁ ସଂପର୍କ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ହୃଷିକେଶ ମହଲା , ସଂପାଦକ ସୁଧାଂଶୁ ପାଢୀ ଏବଂ ଭିକିପୁର ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଅନୁଷ୍ଠିତ ହେଉଅଛି । ଯଜେ୍ଞାତ୍ସବର କାର୍ଯ୍ୟକ୍ରମ ପରିଚାଳନାରେ ମାୟାଧର ସାହୁ,ଜଗବନ୍ଧୁ ଜେନା,ବୀରବର ସାହୁ,ଗଣେଶ ସାହୁ,ଜଗନ୍ନାଥ ସାହୁ,ବେଣୁଧର ପୃଷ୍ଟି,ପ୍ରମୋଦ ସାହୁ,ଯୁଧିଷ୍ଟିର ମହଲା,ଶୁଭମ ସାହୁ,କାଳନ୍ଦୀ ସାହୁ,ଯଶୋବନ୍ତ ସାହୁ,ବଳରାମ ସାହୁ,ନିରଂଜନ ସାହୁ,ପ୍ରଦୀପ୍ତ ସାହୁ,ପ୍ରକାଶ ସାହୁ,ରାଜେଶ ସାହୁ,ଶିବପ୍ରସାଦ ସାହୁ,ଚନ୍ଦନ ସାହୁ,ଦିଲ୍ଲିପ ସାହୁ,ପ୍ରକାଶ ଚନ୍ଦ୍ର ଭଂଜ,ବିବେକାନନ୍ଦ ପୂଷ୍ଟି,ଅନାମ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ସହିତ ଗ୍ରାମରେ ମିନି ହିଙ୍ଗୁଳା ପୂଜାର ମାହୋଲ ସୃଷ୍ଟି ହୋଇଛି

Related Posts

About The Author

Add Comment