ଭିକିପୁରରେ ୭ମ ବାର୍ଷିକ ମା ମଙ୍ଗଳା ଯଂଗ୍ୟ

Spread the love

ରସୁଲପୁର ୮/୫ (ସନ୍ଧାନ ନିୟୁଜ) ଏହି ବ୍ଲକ ଅନ୍ତର୍ଗତ ଭିକିପୁର ଗ୍ରାମରେ ଆଜି ମା ମଙ୍ଗଳାଙ୍କ ୭ମ ବାର୍ଷିକ ଯଜେ୍ଞାତ୍ସବର ଷୋଡ଼ଶ ଉପଚାର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ବ୍ରହ୍ମାଶ୍ରୀ ରାଜକିଶୋର ରଥଶର୍ମାଙ୍କ ନେତୃତ୍ୱରେ ବିଦ୍ୱାନ ପଣ୍ଡିତଗଣଙ୍କୁ ନେଇ ଘଣ୍ଟ ବାଦ୍ୟ, ହୂଳହୂଳି ଏବଂ ହରିନାମର ତାଳେ ତାଳେ ୧୦୮ କଳସ ଧରି ୧୦୮ ମଙ୍ଗଳା ମାତୃପ୍ରେମୀ ମାଁ ମାନେ ଭିକିପୁର ଗ୍ରାମର ମା ମଙ୍ଗଳା ମନ୍ଦିରରୁ ବାହାରି ବାଲିଆପଶି,ଛୋଟରାୟପୁର ଛକ ପରିକ୍ରମା କରି ଭିକିପୁର ଗ୍ରାମର ଆରାଧ୍ୟା ଦେବୀ ଗ୍ରାମଦେବତୀ ମା ଚଣ୍ଡୀଙ୍କ ପୀଠରେ ମାଙ୍କୁ ପ୍ରଣିପାତ ପୂର୍ବକ ମାଁଙ୍କ ମନ୍ଦିର ସଲଗ୍ନ ପୂଣ୍ୟ ପୂଷ୍କରିଣୀରୁ ମା ମଙ୍ଗଳା ମହୋତ୍ସବର ମୁଖ୍ୟ ପୁରୋଧା ଜଳଧର ଜେନା , ସହ ପୂରୋଧା ଚକ୍ରଧର ପାଢୀ,ସନାତନ ଜେନା,ଶରତ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ୧୦୮ ମଙ୍ଗଳା ମାତୃପ୍ରେମୀ ମାଁ ମାନେ କଳସଶୋଭାଯାତ୍ରାରେ ଭିକିପୁର ଗ୍ରାମ ପରିକ୍ରମା କରି ମା ମଙ୍ଗଳା ମନ୍ଦିରରେ ପହଁଚିଥିଲେ । ଏହି ଯଜେ୍ଞାତ୍ସବ ୩ ଦିନ ଧରି ଅନୂଷ୍ଠିତ ହେବ । ଗତକାଲି ଠାରୁ ଗାଁ ମଙ୍ଗଳା ମନ୍ଦିରରେ ଅଙ୍କୁରାରୋପଣ ସହିତ ଯଜ୍ଞମହୋତ୍ସବ ଆରମ୍ଭ ହୋଇଥିଲା । କଳସ ଶୋଭାଯାତ୍ରାଠାରୁ ଆରମ୍ଭ କରି ସୂର୍ଯ୍ୟପୂଜା, ଗୋ ପୂଜା, ଯଜ୍ଞାରମ୍ଭ, ଚଣ୍ଡିପାଠ,ବେଦପାଠ,ପୂଣ୍ଣାହୂତି ଆଦି କାର୍ଯ୍ୟ ଗ୍ରାମ ମୁଖ୍ୟ ନଟବର ଜେନା, ପରିକ୍ଷୀତ ସାହୁ(ସଂପାଦକ), ଶଙ୍କର୍ଷଣ ବିଶ୍ୱାଳ,ନନ୍ଦକିଶୋର ସାହୁ, ଗୋବିନ୍ଦ ସାହୁ,ରାଜକିଶୋର ପାଢୀ,ଯଦୁନାଥ ତ୍ରିପାଠୀ,ବିଶ୍ୱମ୍ବର ପାଢୀ, କୁନଚନ୍ଦ୍ର ପାଢୀ ଏବଂ ମା ମଙ୍ଗଳା ଯଜେ୍ଞାତ୍ସବର ମୂଖ୍ୟ ଆୟୋଜକ ହରିଗୋସାଈଁ ସଂପର୍କ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ହୃଷିକେଶ ମହଲା , ସଂପାଦକ ସୁଧାଂଶୁ ପାଢୀ ଏବଂ ଭିକିପୁର ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଅନୂଷ୍ଠିତ ହେଉଅଛି । ଯଜେ୍ଞାତ୍ସବର କାର୍ଯ୍ୟକ୍ରମ ପରିଚାଳନାରେ ମାୟାଧର ସାହୁ,ଜଗବନ୍ଧୁ ଜେନା,ବୀରବର ସାହୁ,ଗଣେଶ ସାହୁ,ଜଗନ୍ନାଥ ସାହୁ,ବେଣୁଧର ପୃଷ୍ଟି,ପ୍ରମୋଦ ସାହୁ,ଯୁଧିଷ୍ଟିର ମହଲା,ଶୁଭମ ସାହୁ,କାଳନ୍ଦୀ ସାହୁ,ଯଶୋବନ୍ତ ସାହୁ,ବଳରାମ ସାହୁ,ନିରଂଜନ ସାହୁ,ପ୍ରଦୀପ୍ତ ସାହୁ,ପ୍ରକାଶ ସାହୁ,ରାଜେଶ ସାହୁ,ଶିବ ସାହୁ,ଚନ୍ଦନ ସାହୁ,ଦିଲ୍ଲିପ ସାହୁ,ପ୍ରକାଶ ଚନ୍ଦ୍ର ଭଂଜ ପ୍ରମୁଖ ସହଯୋଗ କରୁଛନ୍ତିା ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି

Related Posts

About The Author

Add Comment