ଭିକାରୀ ଗାଦବା ମେମରିୟଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଘାଟନ

Spread the love
ବୈପାରିଗୁଡା -୨/୬ (ସନ୍ଧାନ ନିୟୁଜ) କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ର ଭାଟିପଡା ଗ୍ରାମର ଖେଳାପଡ଼ିଆ ଠାରେ ଭିକାରୀ ଗାଦବା ମେମରିୟଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ମୁଖ୍ୟ ଅତିଥି ଭାବେ ବୈପାରିଗୁଡା ର ଯୁବସଂଗଠକ ରାଜେଶ୍ୱର ମହୁରିଆ ଫିତାକାଟି ଶୁଭାରମ୍ଭ କରିଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରୁ ସରୋଜ କୁମାର ଲେଙ୍କା, ବିକ୍ରାନ୍ତ ବେବର୍ତା, ମାଝୀଗୁଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ, ଗ୍ରାମବାସୀ ଏବଂ ଭାଟିପଡା କ୍ରିକେଟ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ରାଜେଶ୍ଵର ମହୁରିଆ ଟସ ପକାଇବା ସହ ଖେଳାଳୀ ମାନଙ୍କୁ ହାରଜିତ ର ମନରେ ଇର୍ଷା ଭାବ ନ ରଖି ବନ୍ଧୁତ୍ୱପୂର୍ଣ୍ଣ ଭାବେ ଖେଳିବା ପାଇଁ ବାର୍ତା ଦେଇଥିଲେ ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ୧୬ଟି ଦଳ କୁ ନେଇ ଅନୁଷ୍ଠିତ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟ ରେ ବିଜେତା ଦଳକୁ ଟ୍ରଫି ସହ ୫ହଜାର ୫ଶହ ଟଙ୍କା ଏବଂ ଫାଇନାଲରେ ପରାଜିତ ଦଳକୁ ଟ୍ରଫି ସହ ୪ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କ୍ରିକେଟ କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ପ୍ରତ୍ୟେକ ମ୍ୟାଚ ୧୨ ଅଭର ବିଶିଷ୍ଟ ଖେଳାଯିବା ବେଳେ ଫାଇନାଲ ମ୍ୟାଚ ୧୫ ଅଭର ବିଶିଷ୍ଟ ଖେଳାଯିବ ବୋଲି ଖେଳ କମିଟି ପକ୍ଷରୁ ଜଣାପଡିଛି ।ଏହି ଟୁର୍ଣ୍ଣାମେଣ୍ଟ କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment