ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ଦେବଗଡ, ୧୧/୦୪ (ସନ୍ଧାନ ନିୟୁଜ): ଦେବଗଡ ବନଖଣ୍ଡ ବାରକୋଟ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଲା ସେକ୍ସନ ଅଧିନସ୍ଥ ଦେପତଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଦେପତଳା ଗ୍ରାମର ଯଦୁମଣି ମହାକୁଳଙ୍କ ପୁଅ ଝରା ମହାକୁଳ(୪୦) ମହୁଲ ଗୋଟାଇବାକୁ ଗାଁ ମୁଣ୍ଡକୁ ଯାଇଥିଲ। ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ହଠାତଧାଇଁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଝରା ଚିତ୍କାର କରିବାରୁ ନିକଟରେ ଥିବା କେତେକ ଗ୍ରାମବାସୀ ସେଠାକୁ ଧାଇଁ ଆସି ଭାଲୁଟିକୁ ଘଉଡାଇବା ସହ ଝରାଙ୍କୁ ଉଦ୍ଧାର କରିଥିଲେ। ତେବେ ଭାଲୁ ଆକ୍ରମଣରେ ଝରାଙ୍କର ମୁଣ୍ଡ, ଆଖି, ହାତ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ ବାରକୋଟ ଡାକ୍ତରଖାନାକୁ ଆଣିଥିଲେ।
Related Posts
About The Author