ଭାରତ ବିକାଶ ପରିଷଦ ତରଫରୁ ଭାରତ କୋ ଜାନୋ ଜଣା ଅଜଣା ପ୍ରତିଯୋଗିତା

Spread the love

ପୁରୀ, ୧୦/୯ (ସନ୍ଧାନ ନିୟୁଜ) ଭାରତ ବିକାଶ ପରିଷଦ, ଶ୍ରୀ ଜଗନ୍ନାଥ ଧାମ ଶାଖା*  ତରଫରୁ ବିଦ୍ୟାଳୟ ସ୍ତରୀୟ ଦେଶାତ୍ମବୋଧକ ସଙ୍ଗୀତ , ରାଷ୍ଟ୍ରୀୟ ସମୂହଗାନ  ଓ ଭାରତ କୋ ଜାନୋ ଜଣା ଅଜଣା ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉଦ୍ଘାଟନ ପର୍ବରେ ସମାଜ ସେବୀ ରାଜକିଶୋର ପାତ୍ର ପ୍ରାନ୍ତୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଶାଖା ଅଧ୍ୟକ୍ଷ ପଦ୍ମନାଭ ପଣ୍ଡା, ସଚିବ ସୁପ୍ରୀତି ରଥ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ରୀ ଶୁଭାଶିଷ କର ପର୍ଯ୍ୟବେକ୍ଷକ ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଜୟନ୍ତ ଷଡ଼ଙ୍ଗୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଭାରତ କୋ ଜାନୋ ଜଣା ଅଜଣା ପ୍ରତିଯୋଗିତା ର କନିଷ୍ଠ ଵର୍ଗ ରେ 14 ଟି ଓ ବରିଷ୍ଠ ଵର୍ଗ ରେ 15 ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ସମୂହ ଗାନ ପ୍ରତିଯୋଗିତା ରେ ୭ ଟି ଦଳ ଅଂଶଗ୍ରହଣ କରିଥିଲେ । କନିଷ୍ଠ ବର୍ଗ ରେ ଘନଶ୍ୟାମ ହେମଲତା ପ୍ରଥମ,DAV ଦ୍ଵିତୀୟ ଏବଂ ବ୍ଲେସଡ଼ ସାକ୍ରମେଣ୍ଟ ତୃତୀୟ ସ୍ଥାନ।
ସିନିଅର ଵର୍ଗ ରେ ରେ ଘନଶ୍ୟାମ ହେମଲତା ପ୍ରଥମ, ବ୍ଲେସଡ଼ ସକ୍ରମେଣ୍ଟ ଦ୍ଵିତୀୟ ଓ DAV ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜାତୀୟ ସମୂହ ଗାନ ପ୍ରତିଯୋଗିତାର ସଂସ୍କୃତ ଓ ହିନ୍ଦୀ ବିଭାଗରେ DAV ପ୍ରଥମ ଜାଭିଅର ଦ୍ଵିତୀୟ ଓ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଲୋକ ଗୀତରେ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ DAV ଦ୍ଵିତୀୟ ଓ ସେଣ୍ଟ ଜାଭିୟର୍ସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମୂହ ଗାନ ରେ ଚମ୍ପିୟାନ ହୋଇ  ପ୍ରାନ୍ତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ DAV ପବ୍ଲିକ ସ୍କୁଲ ପୁରୀ, ଯୋଗ୍ୟ ବିବେଚିତ ହୋଇଛନ୍ତିଇଛନ୍ତି ।

ଏହାକୁ ଶାଖା ସଂସ୍କାର ସଚିବ ଶ୍ରୀ ପ୍ରଫୁଲ୍ଲ ମିଶ୍ର ଆବାହକ ମମତା ମହାନ୍ତି, ଆବାହକ କ୍ରିଷ୍ଣା ମହାପାତ୍ର, ନିମାଇଁ ଚରଣ ସାହୁ,ଲାଲା ଅନନ୍ତ କୁମାର ସିଂହ,  ବ୍ରଜ କିଶୋର ନାୟକ, ଦାମୋଦର ମହାନ୍ତି, ମୁକ୍ତିକାନ୍ତ ଦାସ, ରାମଚନ୍ଦ୍ର ଦଳାଇ, ସୈାମେନ୍ଦ୍ର ଦାସ, ଜଗଦିଶ ଆଚାର୍ଯ୍ୟ, ଜୟନ୍ତୀ ମହାପାତ୍ର, ଲକ୍ଷ୍ମୀ ପ୍ରିୟା ପୂଜାପଣ୍ଡା, କୃଷ୍ଣ ଚନ୍ଦ୍ର ରଥ, ବୁଦ୍ଧ ଦେବ ମହାପାତ୍ର, ଗଣେଶ୍ୱର ମହାସୁଆର ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅର୍ଥ ସଚିବ ଶ୍ରୀ ଗୈାରାଙ୍ଗ ଚରଣ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ

Report- Lal ananta

Related Posts

About The Author

Add Comment