ବୈପାରିଗୁଡା,୫/୩ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡାରେ ଭାରତ ବନ୍ଦ ଡାକରା ର ପ୍ରଭାବ ଶୂନ୍ୟ ।ସମ୍ବିଧାନ ବଞ୍ଚାଅ ଓ ଜଙ୍ଗଲ ଅଧିକାର ଆଇନକୁ ନେଇ ସୁପ୍ରିମକୋର୍ଟ ଙ୍କ ବିରୋଧରେ ଆଜି SC / ST ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି କିନ୍ତୁ ଏହାର ପରିପ୍ରେକ୍ଷୀରେ ଆଜି SC / ST ପକ୍ଷରୁ କେହି ବି ରାସ୍ତାରେ ରହି ବନ୍ଦ ପାଳନ କୁ ସହଯୋଗ କରିନଥିଲେ ଯାହା ଫଳରେ କି ଯାନବାହନ ଚଳାଚଳ ବନ୍ଦ ହୋଇନଥିଲା କି କୌଣସି ପ୍ରକାର ଦୋକାନ ବଜାର ମଧ୍ୟ ବନ୍ଦ ହୋଇନଥିବା ଦେଖିବାକୁ ମିଳିଛି ।ଏମିତି କି ଏହି ପରିପ୍ରେକ୍ଷୀରେ ସମସ୍ତ ସରକାରୀ ଏବଂ ବେସରକାରୀ ବସ ମଧ୍ୟ ଚଳାଚଳ ହେଉଥିବା ଦେଖିବାକୁ ମିଳିଛି ।ଯାହା ଫଳରେ କି ଜନ ସାଧାରଣ ମଧ୍ୟ କୌଣସି ପ୍ରକାରେ ହଇରାଣ ହୋଇନଥିଲେ ।ଏମିତି କି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ରେ ଭାରତ ବନ୍ଦ ଡାକରା ବିଫଳ ହୋଇଥିବା ଦେଖିବାକୁ ମିଳିଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା । ବୈପାରିଗୁଡା



