ନୂଆଦିଲ୍ଲୀ ୪/୮ (ସନ୍ଧାନ ନିୟୁଜ): ଆପଣ ଜାଣିଛନ୍ତି ଭାରତୀୟ ରେଳବାଇ ସାଧାରଣ ନାଗରିକମାନଙ୍କୁ ମାଗଣାରେ ଯାତ୍ରା କରିବାପାଇଁ ସୁବିଧା ଦେଉଛି? କେତେକ ବର୍ଗର ଲୋକଙ୍କୁ ଟିକେଟରେ ୫୦% ପର୍ଯ୍ୟନ୍ତ ମଧ୍ୟ ରିହାତି ମିଳୁଛି । କିନ୍ତୁ ଏହି ସବିଧା ପାଇବା ପାଇଁ ଆପଣଙ୍କୁ କିଛି ନିୟମ ପାଳିବାକୁୁ ପଡ଼ିବା ଏହି ନିୟମକୁ ଆପଣ ବି ଜାଣି ରଖନ୍ତୁ । କାରଣ ଭବିଷ୍ୟତରେ ଆପଣ ରେଳରେ ଯାତ୍ରା କରିବା ବେଳେ ଏହି ସୁବିଧାର ଲାଭ ଉଠାଇ ପାରିବେ।
ବେରୋଜଗାର ଯୁବକ : ଯଦି ଆପଣ କୌଣସି ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନି କିମ୍ବା ବିଶ୍ୱବିଦ୍ୟାଳୟକୁ ଚାକିରି ପାଇଁ ସାକ୍ଷାତକାର କରିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଟିକେଟରେ ୫୦% ରିହାତି ମିଳିବ । ଏହି ରିହାତି ଆପଣ ଦ୍ୱିତୀୟ ଶ୍ରେଣୀ ଓ ସ୍ଳିପର କ୍ଳାସ ଟିକେଟରେ ପାଇପାରିବେ । ଯଦି ଆପଣ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚାକିରି ପାଇଁ ଯାତ୍ରା କରୁଛନ୍ତି ତା’ହେଲେ ଆପଣଙ୍କୁ ଦ୍ୱିତୀୟ ଶ୍ରେଣୀ ଟିକେଟରେ ୧୦୦% ଓ ସ୍ଳିପର କ୍ଳାସ ଟିକେଟରେ ୫୦% ରିହାତି ପାଇପାରିବେ ।